ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଭେଟିଲେ ସୋନୁ ସୁଦ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 7, 2020

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଭେଟିଲେ ସୋନୁ ସୁଦ୍

ମୁମ୍ବାଇ: ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଘରେ ପହଞ୍ଚାଇ ପ୍ରଶଂସାର ପାତ୍ର ହୋଇଥିବା ବଲିଉଡ୍ ଅଭିନେତା ସୋନୁ ସୁଦଙ୍କୁ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ। ଗୋଟିଏ ପଟେ ସଞ୍ଚୟ ରାଉତ ସୋନୁ ସୁଦଙ୍କୁ ‘ମହାତ୍ମା’ କହି ସମାଲୋଚନା କରିଥିବା ବେଳେ ଅନ୍ୟପଟେ ଗୃହମନ୍ତ୍ରୀ ଅନୀଲ ଦେଶମୁଖ ସୋନୁଙ୍କୁ ସମର୍ଥନ କରିଛନ୍ତି।

ତେବେ ଏଭଳି ରାଜନୀତିକ ହଲଚଲ ମଧ୍ୟରେ ସୋନୁ ସୁଦ୍ ରବିବାର ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ସାକ୍ଷାତ କରିଥିଲେ। ସୋନୁ ମୁଖ୍ୟମନ୍ତ୍ରୀ ଠାକରେଙ୍କୁ ତାଙ୍କ ବାସଭବନ ‘ମାତୋଶ୍ରୀ’ରେ ଭେଟିଥିଲେ। ଏହି ସମୟରେ ଉଦ୍ଧବ ଠାକରେଙ୍କ ପୁଅ ଓ ରାଜ୍ୟର ମନ୍ତ୍ରୀ ଆଦିତ୍ୟ ଠାକରେ ମଧ୍ୟ ଉପସ୍ଥିତ ଥିଲେ।


ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ କରିବା ପରେ ସୋନୁ କହିଥିଲେ, “ଯେଉଁ ଲୋକେ ସମସ୍ୟାରେ ଅଛନ୍ତି ଏବଂ ଯେଉଁମାନଙ୍କୁ ଆମର ଆବଶ୍ୟକତା ରହିଛି, ସେ ସମସ୍ତଙ୍କୁ ସାହାଯ୍ୟ କରିବା ଦରକାର। ଯେପର୍ଯ୍ୟନ୍ତ ଶେଷ ପ୍ରବାସୀ ଶ୍ରମିକ ନିଜ ଘରେ ପହଞ୍ଚିନାହାନ୍ତି, ସେ ଯାଏ ମୁଁ ସେମାନଙ୍କ ସହାୟତା କରୁଥିବି। କଶ୍ମୀରଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ସବୁ ପାର୍ଟି ମୋତେ ସହଯୋଗ କରିଛନ୍ତି ଏବଂ ଏଥିପାଇଁ ମୁଁ ସେମାନଙ୍କ ନିକଟରେ କୃତଜ୍ଞ।”

ଯେଉଁ ସମୟରେ ଶିବସେନା ତା’ର ମୁଖପାତ୍ର ‘ସାମ୍ନା’ରେ ସୋନୁ ସୁଦଙ୍କ ଉପରେ ପ୍ରବାସୀ ଶ୍ରମିକଙ୍କୁ ସହାୟତା ପାଇଁ ଟାର୍ଗେଟ୍ କରୁଥିଲା, ସେହି ସମୟରେ ହିଁ ସୋନୁ ଓ ଉଦ୍ଧବଙ୍କର ସାକ୍ଷାତ ହୋଇଛି। ରବିବାର ଶିବସେନା ନେତା ସଞ୍ଜୟ ରାଉତ ‘ସାମ୍ନା’ରେ ଲେଖିଥିଲେ, ଲକଡାଉନ ଭଳି ସମୟରେ ହଠାତ୍ ସୋନୁ ସୁଦ୍ ନାମକ ଜଣେ ମହାତ୍ମା ତିଆରି ହୋଇଗଲେ। ଏତେ ଝଟକା ଆଉ ଚାଲାକି କରି କାହାକୁ ମହାତ୍ମା ସଜାଇ ହେବ? ତେବେ ପ୍ରବାସୀ ଶ୍ରମିକଙ୍କୁ ବସ୍ ଯୋଗେ ଘର ପହଞ୍ଚାଇବା ଲାଗି ଏତେ ଟଙ୍କା କେଉଁଠୁ ଆସିଲା ବୋଲି ପ୍ରଶ୍ନ କରିବା ସହ ସୋନୁ ବିଜେପି ପାର୍ଟିର ସହଯୋଗରେ ଏଭଳି କାମ କରୁଥିବା ରାଉତ କହିଥିଲେ।



from Odisha Reporter https://ift.tt/2Un6egp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages