୧୯ରେ ଉତ୍ତର ବଙ୍ଗୋପସାଗରରେ ହେବ ଲଘୁଚାପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 15, 2020

୧୯ରେ ଉତ୍ତର ବଙ୍ଗୋପସାଗରରେ ହେବ ଲଘୁଚାପ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲଘୁଚାପ ପ୍ରଭାବରେ ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ବାୟୁ । ଫଳରେ ସାରା ରାଜ୍ୟରେ ଲାଗି ରହିଛି ବର୍ଷା । ତେବେ ଆସନ୍ତା ୧୯ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଆଜି ପାଇଁ ୯ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି ।

ଏହି ଜିଲ୍ଲାଗୁଡ଼ିକ ହେଲା ନବରଙ୍ଗପୁର, କୋରାପୁଟ, ଜଗତସିଂହପୁର, ପୁରୀ, କଟକ, ମୟୂରଭଂଜ, କେନ୍ଦ୍ରାପଡ଼ା, ଯାଜପୁର ଓ ବରଗଡ଼ ।  ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

ଗତକାଲି ପୁରୀରେ ପ୍ରବଳ ବର୍ଷା ଯୋଗୁ ବଡ଼ଦାଣ୍ଡ ଜଳାର୍ଣ୍ଣବ ହୋଇଥିଲା । ପୁରୀ ମାର୍କେଟ ଛକ, ବଳଗଣ୍ଡି, ଡାକ୍ତରଖାନା ଛକରେ ପାଣି ଜମିରହିଥିଲା । ବର୍ଷା ପବନରେ ଶ୍ରୀମନ୍ଦିର ପତିତପାବନ ବାନା ଉଡ଼ିଯାଇଥିଲେ ବି ଅନ୍ୟ ବାନା ଥିବାରୁ ଶ୍ରୀଜିଉଙ୍କ ନୀତିକାନ୍ତିରେ କୌଣସି ବିଭ୍ରାଟ ହୋଇନାହିଁ ।  ସେହିପରି ସମ୍ବଲପୁରରେ ପ୍ରବଳ ବର୍ଷା ଯୋଗୁ ସହରର ତଳିଆ ଅଞ୍ଚଳରେ ପାଣି ପଶିଛି  ।



from Odisha Reporter https://ift.tt/2AEl4Zk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages