ମୂଲ୍ୟବାନ ଜିନିଷ ବିକି ୧୦୦ ପରିବାରଙ୍କୁ ସାହାଯ୍ୟ କରୁଛନ୍ତି ରୋନିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 4, 2020

ମୂଲ୍ୟବାନ ଜିନିଷ ବିକି ୧୦୦ ପରିବାରଙ୍କୁ ସାହାଯ୍ୟ କରୁଛନ୍ତି ରୋନିତ

ମୁମ୍ୱାଇ : ‘କ୍ୟୁଁ କି ସାସ୍‌ ଭି କଭି ବହୂ ଥି’, ‘କସୌଟି ଜିନ୍ଦଗୀ କି’, ‘ଅଦାଲତ’ ଓ ‘ଇତ୍‌ନା କରୋନା ମୁଝେ ପ୍ୟାର୍‌’ ସିରିଏଲ୍‌ରୁ ଲୋକପ୍ରିୟତା ଅର୍ଜନ କରିଥିବା ଟେଲି ଅଭିନେତା ତଥା ଅନେକ ହିନ୍ଦୀ ଫିଲ୍ମରେ ଅଭିନୟ କରିଥିବା ରୋନିତ ରାୟ ଲକ୍‌ଡାଉନ୍ ଭଳି ସମୟରେ ୧୦୦ ପରିବାରକୁ ସାହାଯ୍ୟ କରୁଛନ୍ତି। ସେ ନିଜର ବିଭିନ୍ନ ପ୍ରକାରର ମୂଲ୍ୟବାନ ଜିନିଷ ଗୁଡ଼ିକୁ ବିକ୍ରି କରି ଏହି ପରିବାର ଗୁଡ଼ିକର କଥା ବୁଝୁଛନ୍ତି। ଏକ ସାକ୍ଷାତକାରରେ ସେ ଏ କଥା କହିଛନ୍ତି।

ରୋନିତ କହିଛନ୍ତି, “ମୁଁ ନିଜ କଥା କହୁଛି। ଜାନୁଆରୀ ମାସରୁ ମୋତେ କୌଣସି କାମ ପାଇଁ ଟଙ୍କା ମିଳିନାହିଁ। ମୋର କିଛି ଛୋଟ ବ୍ୟବସାୟ ଅଛି। କିନ୍ତୁ ଏହି ବ୍ୟବସାୟ ମଧ୍ୟ ମାର୍ଚ୍ଚ ମାସରୁ ବନ୍ଦ ପଡ଼ିଛି। ତେଣୁ ମୋ ପାଖରେ ଯାହା ଜିନିଷ ଅଛି, ତାକୁ ମୁଁ ବିକି ୧୦୦ଟି ପରିବାରକୁ ସାହାଯ୍ୟ କରୁଛି।  ଏହି ସବୁ ପରିବାରଗୁଡ଼ିକର ଭରଣପୋଷଣ କରିବା କରିବା ମୋର ଦାୟିତ୍ୱ।”

ସେ ଆହୁରି କହିଛନ୍ତି, “ମୁଁ ଅଧିକ ଧନୀ ନୁହେଁ, କିନ୍ତୁ ମୁଁ ଲୋକଙ୍କୁ ସାହାଯ୍ୟ କରୁଛି। ଯେଉଁମାନଙ୍କର ବଡ଼ ପ୍ରଡକ୍ସନ୍‌ ହାଉସ୍‌ ଓ ଚ୍ୟାନେଲ୍‌ ଅଛି ଏବଂ ଜାତୀୟ ରାଜପଥରେ ଦୁଇ କିଲୋମିଟର ପୂର୍ବରୁ ଦେଖାଯାଉଛି, ଏହି ସମୟରେ ସେମାନେ କ୍ରୁ ମେମ୍ୱରଙ୍କୁ ସାହାଯ୍ୟ କରିବା ଉଚିତ୍‌। ଏହି ସମୟରେ କଳାକାରଙ୍କ ହାତ ଛାଡ଼ିବା ଠିକ୍‌ ହେବ ନାହିଁ। ହୁଏତ ଆପଣ ସେମାନଙ୍କୁ ୯୦ ଦିନ ପରେ ସାହାଯ୍ୟ କରିବା ପାଇଁ ଚିନ୍ତା କରୁଥିବେ। କିନ୍ତୁ ଏବେ ସେମାନଙ୍କୁ ସାହାଯ୍ୟର ଆବଶ୍ୟକତା ରହିଛି। ଭୋକରେ ଅଛନ୍ତି ବୋଲି ସେମାନେ ଆପଣମାନଙ୍କୁ ଜଣାଇବେ ନାହିଁ।”

କେବଳ ଏତିକି ନୁହେଁ, ରୋନିତ ବିଭିନ୍ନ ପ୍ରଡକ୍ସନ୍‌ ହାଉସକୁ ଚ୍ୟାନେଲ୍‌ରେ କାମ କରୁଥିବା ପ୍ରଡ୍ୟୁସର, କଳାକାର ଓ କ୍ରୁ ସଦସ୍ୟଙ୍କୁ ସେମାନଙ୍କ ବକେୟା ଅର୍ଥ ଦେବା ପାଇଁ ଦାବି କରିଛନ୍ତି।



from Odisha Reporter https://ift.tt/2Y1Y2Dj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages