ମହାରାଷ୍ଟ୍ରର ମହାମେଣ୍ଟରେ ଫାଟ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 14, 2020

ମହାରାଷ୍ଟ୍ରର ମହାମେଣ୍ଟରେ ଫାଟ!

ମୁମ୍ବାଇ: ମହାରାଷ୍ଟ୍ରରେ ଶିବସେନା, ଏନସିପି ଏବଂ କଂଗ୍ରେସର ମହାମେଣ୍ଟରେ ଫାଟ ପଡ଼ିଥିବା ଜଣାପଡ଼ିଛି। ଏହି ପରିପ୍ରେକ୍ଷୀରେ ସୋମବାର କଂଗ୍ରେସ ନେତା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ସାକ୍ଷାତ୍ କରିବେ। ବିଧାନପରିଷଦର ଖାଲି ଥିବା ୧୨ଟି ଆସନକୁ ନେଇ କଂଗ୍ରେସ ନେତା କ୍ଷୁବ୍ଧ ଥିବା ଜଣାପଡ଼ିଛି।

ଏକ ଜାତୀୟ ଗଣମାଧ୍ୟମ ସୂତ୍ରରୁ ଜଣାପଡ଼ିଛି, ମହାରାଷ୍ଟ୍ରର ମହାମେଣ୍ଟ ଭିତରେ ଫାଟ ସୃଷ୍ଟି ହୋଇଛି। ଏନେଇ ସୋମବାର କଂଗ୍ରେସ ନେତା ମୁଖ୍ୟମନ୍ତ୍ରୀ ଠାକରେଙ୍କ ସହ ଆଲୋଚନା ବି କରିବେ। ବିଧାନପରିଷଦର ଖାଲି ପଡ଼ିଥିବା ଆସନକୁ ନେଇ ଏହି ଅସନ୍ତୋଷ ସୃଷ୍ଟି ହୋଇଛି। ଏନେଇ କଂଗ୍ରେସ ପାର୍ଟିର ଜଣେ ଟପ୍ ସୂତ୍ର ସୂଚନା ଦେଇଛନ୍ତି।

ସୂତ୍ରାନୁଯାୟୀ, ଖାଲି ଥିବା ଆସନଗୁଡ଼ିକୁ ମହାମେଣ୍ଟର ତିନୋଟି ଦଳ ମଧ୍ୟରେ ସମାନ ସମାନ ବାଣ୍ଟିଦିଆଯାଉ ବୋଲି କଂଗ୍ରେସ ପାର୍ଟି ଚାହୁଁଛି। ବର୍ତ୍ତମାନ ଶିବସେନା ଭାଗରେ ୫, ଏନସିପି ୪ ଏବଂ କଂଗ୍ରେସକୁ ୩ଟି ଆସନ ଦିଆଯାଇଛି। ତେବେ ସୋମବାର ହେବାକୁ ଥିବା ଆଲୋଚନାରେ ଏହି ଆସନ ବଣ୍ଟନ ପ୍ରସଙ୍ଗର ସମାଧାନ ହେବ ବୋଲି ଜଣାପଡ଼ିଛି।



from Odisha Reporter https://ift.tt/2B9RE5m

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages