ଟ୍ରକକୁ ଧକ୍କା ଦେଲା କାର, ଦୁଇ ଛୋଟ ଛୁଆ ସମେତ ୯ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 5, 2020

ଟ୍ରକକୁ ଧକ୍କା ଦେଲା କାର, ଦୁଇ ଛୋଟ ଛୁଆ ସମେତ ୯ ମୃତ

ଲକ୍ଷ୍ନୌ: ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୯ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଦୁଇ ଛୋଟ ଛୁଆ ମଧ୍ୟ ରହିଛନ୍ତି। ଶୁକ୍ରବାର ଉତ୍ତର ପ୍ରଦେଶର ପ୍ରତାପଗଡ଼ ଜିଲ୍ଲାରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏସୟୁଭି କାରଟି ଟ୍ରକ ସହିତ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଗ୍ୟାସ କଟର ସାହାଯ୍ୟରେ କାରଟିକୁ କଟା ହୋଇ ମୃତକଙ୍କୁ ବାହାର କରାଯାଇଛି। ଜଣେ ଆହତଙ୍କୁ ଲକ୍ଷ୍ନୌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ରହିଛି।

ପ୍ରତାପଗଡ ପୁଲିସ ଅଧିକାରୀ ଅଭିଷେକ ସିଂହ କହିଛନ୍ତି, ନଓ୍ୱାବଗଞ୍ଜ ଥାନା ଅଧିନରେ ଆସୁଥିବା ଓ୍ୱାଜିଦପୁର ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ସକାଳ ୫ଟା ୩୦ ସମୟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ରହିଛି। ଘଟଣାସ୍ଥଳରେ ୯ ଜଣଙ୍କର ମୃତ୍ୟୁ ଘଟିଛି।

ମୃତକ ରାଜସ୍ଥାନର ବୋଲି ଜଣାପଡ଼ିଛି। ସେମାନେ ବିହାର ଭୋଜପୁର ଯାଉଥିବାବେଳେ ଉତ୍ତର ପ୍ରଦେଶ ପ୍ରତାପଗଡ଼ ନିକଟରେ ଦୁର୍ଘଟଣାର ଶିକାର ହୋଇଛନ୍ତି। ତେବେ ମୃତକଙ୍କ ପରିଚୟ ପାଇଁ ଚେଷ୍ଟା ଜାରି ରହିଥିବା ଜଣାପଡ଼ିଛି।

ଦୁର୍ଘଟଣାକୁ ନେଇ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିଛନ୍ତି। ଆହତଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।



from Odisha Reporter https://ift.tt/3eVIpnV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages