ରାସ୍ତାକୁ ଓହ୍ଲାଇଲେ ମେସ୍କୋ ପ୍ଲାଣ୍ଟ କର୍ମଚାରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 4, 2020

ରାସ୍ତାକୁ ଓହ୍ଲାଇଲେ ମେସ୍କୋ ପ୍ଲାଣ୍ଟ କର୍ମଚାରୀ

ଯାଜପୁର(ଅଭୟ ପତି): ଛଅ ମାସର ବକେୟା ଦରମା ପ୍ରଦାନ, ବର୍ଷକର ଇପିଏଫ ଡିପୋଜିଟ, ପ୍ଲାଣ୍ଟକୁ ପୁନଃ ପ୍ରଚଳନ ଏବଂ ନୋ ୱାର୍କ ନୋ ପେ ଉଚ୍ଛେଦ ଦାବିରେ ଆଜି ରାସ୍ତାକୁ ଓହ୍ଲାଇଲେ  ମେସ୍କୋ ପ୍ଲାଣ୍ଟର କର୍ମଚାରୀ।  ମେସ୍କୋ ବଞ୍ଚାଅ ମିଳିତ ମଞ୍ଚ ପକ୍ଷରୁ ଶତାଧିକ କର୍ମଚାରୀ ଯାଜପୁର ଜିଲ୍ଲା ଦାନଗଦି- ଡୁବୁରୀ ମୁଖ୍ୟରାସ୍ତାକୁ ଅବରୋଧ କରିଥିଲେ। ଖୁବ୍‌ ଶୀଘ୍ର ସମସ୍ୟା ସମାଧାନର ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା ଜଣାଯାଇଛି।

ଆଜି ସକାଳ ୭ଟାରୁ ଦୁଇ ଘଣ୍ଟା ଧରି କର୍ମଚାରୀମାନେ ରାସ୍ତା ଅବରୋଧ କରିବା ଦ୍ୱାରା ଉଭୟ ପାର୍ଶ୍ୱରେ ଶହ ଶହ ଯାନବାହନ ଅଟକି ରହିଥିଲା। ଘଟଣାସ୍ଥଳରେ କଳିଙ୍ଗ ନଗର ଅତିରିକ୍ତ ଏସ୍‌ପି ରାଜକିଶୋର ଦୋରା, ସୁକିନ୍ଦା ତହସିଲଦାର ବୁଲବୁଲ ବେହେରା ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ଏଥିସହିତ କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ଖୁବଶୀଘ୍ର ଏହାର ସମାଧାନ କରିବାକୁ ପ୍ରତିଶୃତି ଦେବାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

ଯଦି ଖୁବଶୀଘ୍ର ଦାବି ପୂରଣ ନ ହୁଏ ତେବେ ଆଗାମୀ ଦିନରେ ଜିଲ୍ଲାପାଳଙ୍କ ଅଫିସ ଓ ବାସଭବନ ଘେରାଉ କରିବେ ବୋଲି କର୍ମଚାରୀମାନେ ଚେତାବନୀ ଦେଇଛନ୍ତି। ତେବେ କର୍ମଚାରୀ ମାନଙ୍କର ଛଅ ମାସର ଦରମା ବାକି ଥିବା ବେଳେ ଅଫିସରମାନଙ୍କର ଆଠ ମାସର ଦରମା ବାକି ଥିବା ଜଣା ପଡ଼ିଛି।



from Odisha Reporter https://ift.tt/2A73OLQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages