ଭିଜିଲାନ୍ସ ଜାଲରେ ପୁଲିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 19, 2020

ଭିଜିଲାନ୍ସ ଜାଲରେ ପୁଲିସ୍‌

କଳାହାଣ୍ଡି(ରାଜକୁମାର ସିଂଦେଓ): ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ପୁଲିସ୍‌  ASI । କଳାହାଣ୍ଡି ଜିଲ୍ଲାର ଦୁର୍ଗମ ଅଞ୍ଚଳ  ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ମହୁଲପାଟଣା ଫାଣ୍ଡିର ASI ମଳୟ ରଣା ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ  ଭିଜିଲାନ୍ସ ହାତରେ ଧରା ପଡି ଗିରଫ ହୋଇଛନ୍ତି ।

ସ୍ଥାନୀୟ ଅଞ୍ଚଳର ମହେଶ୍ୱର ସାଗର ନାମକ ବ୍ୟକ୍ତିଙ୍କ  ଜବତ ଟ୍ରାକ୍ଟରକୁ ରିଲିଜ କରିବା ପାଇଁ ତାଙ୍କଠାରୁ ଗତକାଲି ୫ହଜାର ଟଙ୍କା ଲାଞ୍ଚ ନେଉଥିଲେ ମଳୟ। ଏହି ସମୟରେ ପୂର୍ବରୁ ଛକି ବସିଥିବା  କଳାହାଣ୍ଡି ଭିଜିଲାନ୍ସ ତାଙ୍କୁ କାବୁ କରି ଗିରଫ କରିଥିଲା ।  ଅଧିକ ପଚରାଉଚୁରା ପାଇଁ ତାଙ୍କୁ ଭବାନିପାଟଣାସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇଛି। ସେଠାରୁ ଆଜି ତାଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଜଣାଯାଇଛି।

ଭିଜିଲାନ୍ସ ଡ଼ିଏସପି ସତ୍ୟବାନ ମହନନ୍ଦ ତତ୍ତ୍ୱାବଧାନରେ ଏହି ରେଡ଼ କରାଯାଇଥିଲା।  ସୂଚନାଯୋଗ୍ୟ ଯେ, ଗତ ୬ ତାରିଖ ଦିନ ଥୁଆମୂଳ ରାମପୁର ଥାନାର ଜଣେ ASI ଭିଜିଲାନ୍ସ ହାତରେ ଧରା ପଡିଥିଲେ।



from Odisha Reporter https://ift.tt/2UZsQDY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages