ପୁଣି ୪ ଆତଙ୍କବାଦୀ ନିହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 7, 2020

ପୁଣି ୪ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ଶୋପିଆନ୍ ଜିଲ୍ଲାରେ ଆଜି ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନେ ସମସ୍ତେ ଆତଙ୍କବାଦୀ ସଂଗଠନ ହିଜ୍‌ବୁଲ୍‌ ମୁଜାହିଦୀନର ସଦସ୍ୟ ବୋଲି ଜଣାପଡ଼ିଛି।

ଶୋପିଆନ୍‌ର ପିଞ୍ଜୋରା ଗାଁରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ସୂଚନା ମିଳିବା ପରେ ସୁକ୍ଷାକର୍ମୀମାନେ ଆଜି ସକାଳେ ସେଠାରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ଏହି ସମୟରେ ଆତଙ୍କବାଦୀଙ୍କ ସହିତ ସେମାନଙ୍କର ଗୁଳିବିନିୟମ ହୋଇଥିଲା। ଏଥିରେ ୪ ଆତଙ୍କବାଦୀ ନିହତ ହୋଇଛନ୍ତି। ସେହିପରି ୩ ସୁରକ୍ଷାକର୍ମୀ ଆହତ ହୋଇଥିବା ସୂଚନା ମିଳିଛି।

ଉକ୍ତ ଅଞ୍ଚଳରେ ଅପରେସନ୍ ଜାରି ରହିଥିବା ବେଳେ ଇଣ୍ଟରନେଟ୍ ସେବାକୁ ବନ୍ଦ କରି ଦିଆଯାଇଛି। ଏହା ସହିତ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି।

ଜମ୍ମୁ-କଶ୍ମୀର ଡିଜିପି କହିଛନ୍ତି, ଆଜି ସକାଳେ ପୁଲିସ୍, ସେନା ଓ ସିଆର୍‌ପିଏଫ୍ ପକ୍ଷରୁ କରାଯାଇଥିବା ମିଳିତ ଅପରେସନ୍‌ରେ ସମସ୍ତ ୪ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନେ ହିଜ୍‌ବୁଲ୍‌ ମୁଜାହିଦୀନ ସଂଗଠନର। ସେମାନଙ୍କ ମଧ୍ୟରୁ ଦୁଇ ଜଣ ସଂଗଠନର ବହୁ ପୁରୁଣା ସଦସ୍ୟ ଥିଲେ।

ଆଜିର ଘଟଣାକୁ ମିଶାଇ ଗତ ଦୁଇ ଦିନରେ ସୁରକ୍ଷାକର୍ମୀଙ୍କ ଗୁଳିରେ କେବଳ ଶୋପିଆନ୍‌ ଜିଲ୍ଲାରେ ୯ ଜଣ ଆତଙ୍କବାଦୀ ନିହତ ହୋଇସାରିଲେଣି। ଗତକାଲି ଜିଲ୍ଲାର ରେବାନ ଅଞ୍ଚଳରେ ୫ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ସେମାନେ ସମସ୍ତେ ବି ହିଜବୁଲ୍ ମୁଜାହିଦୀନର ସଦସ୍ୟ ଥିଲେ। ସେମାନଙ୍କ ମଧ୍ୟରେ ଟପ୍ କମାଣ୍ଡର ଫାରୁକ୍ ଅହମଦ ଭଟ୍ଟ ଥିଲା। ସେ A++ ବର୍ଗର ଆତଙ୍କବାଦୀ ଥିଲା। ଫାରୁକ କୁଲଗ୍ରାମର ବାସିନ୍ଦା ଥିଲା। ଦୁଇ ସପ୍ତାହ ତଳେ ଏକ ଅପରେସନ୍‌ ବେଳେ ସେ ସୁରକ୍ଷାକର୍ମୀଙ୍କୁ ଚକମା ଦେଇ ଖସି ପଳାଇବାରେ ସଫଳ ହୋଇଥିଲା।



from Odisha Reporter https://ift.tt/3eSTgim

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages