ନୂଆଦିଲ୍ଲୀ: କରୋନା ଭୂତାଣୁ ମହାମାରୀ ସମୟରେ ସାଇକେଲ ଚଲାଇବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରାଳୟ। ମନ୍ତ୍ରାଳୟ ପକ୍ଷରୁ ରାଜ୍ୟଗୁଡ଼ିକୁ ପରିବହନ ଲାଗି ଅଣମୋଟର ଯାନ ବ୍ୟବହାର କରିବା ଲାଗି ଲୋକଙ୍କୁ ପ୍ରୋତ୍ସାହିତ କରିବାକୁ କୁହାଯାଇଛି।
କରୋନା ଭୂତାଣୁ ସଙ୍କଟ ସହ ଦେଶ ଲଢ଼ୁଥିବା ସମୟରେ ଲୋକମାନେ ପରିବହନ କ୍ଷେତ୍ରରେ ଘରୋଇ ଯାନବାହାନ ବ୍ୟବହାରକୁ ପ୍ରାଥମିକତା ଦେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ମନ୍ତ୍ରାଳୟ ସଂକ୍ରମଣ ରୋକିବା ପାଇଁ ସାଇକେଲ ଭଳି ମୋଟର ବିହୀନ ଯାନବାହାନ ବ୍ୟବହାରକୁ ପ୍ରୋତ୍ସାହିତ କର ବୋଲି ରାଜ୍ୟଗୁଡ଼ିକୁ କହିଛି। ଏହାସହ ସାଧାରଣ ପରିବହନ ବ୍ୟବସ୍ଥାରେ ନଗଦ ଟଙ୍କା ବିକଳ୍ପ ଟେକ୍ନୋଲୋଜୀ ବ୍ୟବହାର କରିବାକୁ ମଧ୍ୟ କୁହାଯାଇଛି।
ମନ୍ତ୍ରାଳୟ ପରିବହନ କ୍ଷେତ୍ରରେ ଅଣମୋଟର ଚାଳିତ ଯାନକୁ ପ୍ରୋତ୍ସାହିତ କରୁଥିବା ଦୁନିଆର ଅନେକ ସହରଗୁଡ଼ିକର ଉଦାହରଣ ଦେଇ ରାଜ୍ୟଗୁଡ଼ିକୁ ବୁଝାଇଛନ୍ତି। ନ୍ୟୁୟର୍କ ସାଇକେଲ ଚାଳକଙ୍କ ପାଇଁ ୪୦ ମାଇଲ ଲମ୍ବ ବିଶିଷ୍ଟ ନୂଆଁ ରାସ୍ତା ଯୋଗାଇ ଦେଇଛି। ଓକଲ୍ୟାଣ୍ଡ ନିଜର ୧୦ ପ୍ରତିଶତ ରାସ୍ତାକୁ ମୋଟର ଚାଳିତ ଯାନ ଯାତାୟତ ପାଇଁ ବନ୍ଦ କରିଦେଇଛି। ସେହିପରି କୋଲମ୍ବିଆର ବୋଗୋଟାରେ ରାତାରାତି ଅତିରିକ୍ତ ୭୬ କି.ମି ରାସ୍ତା ସାଇକେଲ ଚାଳକଙ୍କ ପାଇଁ ଯୋଗାଇଦିଆଗଲା ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।
କେନ୍ଦ୍ର ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରାଳୟ ସଚିବ ଦୁର୍ଗା ଶଙ୍କର ମିଶ୍ର ଶୁକ୍ରବାର ରାଜ୍ୟ ଏବଂ ମେଟ୍ରୋ ରେଳ କମ୍ପାନୀଗୁଡ଼ିକୁ ପରାମର୍ଶ ଦେଇ କହିଛନ୍ତି ଯେ, ଦେଶରେ ଅଣମୋଟର ଯାନଗୁଡ଼ିକୁ ପରିବହନ ଲାଗି ବ୍ୟବହାର କରିବାକୁ ପ୍ରୋତ୍ସାହିତ କରାଯିବା ଆବଶ୍ୟକ। ସେ ଆହୁରି କହିଛନ୍ତି, ସହରଗୁଡ଼ିକରେ ଲୋକମାନେ ପ୍ରାୟତଃ ୫ କି.ମି ପର୍ଯ୍ଯନ୍ତ ଯାତାୟତ କରିଥାନ୍ତି। ଏବେ କରୋନା ସଙ୍କଟ କାଳରେ ଅଣମୋଟର ଚାଳିତ ଯାନ ବ୍ୟବହାର କରିବାର ଉପଯୁକ୍ତ ସମୟ। ଏଥିପାଇଁ କମ୍ ମୂଲ୍ୟ ଏବଂ କମ୍ ମାନବସମ୍ବଳ ଆବଶ୍ୟକ ହୋଇଥାଏ। ଏହାକୁ କାର୍ଯ୍ୟକାରୀ କରିବା ସହଜ ତଥା ପରିବେଶ ଅନୁକୂଳ ମଧ୍ୟ।
from Odisha Reporter https://ift.tt/3hq991B
No comments:
Post a Comment