ବାରହା ଫାଶରେ ପଡ଼ି ଚାଲିଗଲା ହାତୀ ଛୁଆର ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 12, 2020

ବାରହା ଫାଶରେ ପଡ଼ି ଚାଲିଗଲା ହାତୀ ଛୁଆର ଜୀବନ

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ରେଞ୍ଜରୁ ଏକ ହାତୀ ଛୁଆର ମୃତଦେହ ଗତ ଗୁରୁବାର ଉଦ୍ଧାର ହୋଇଥିଲା। ବେକରେ ଲୁହା ତାରର ଫାଶ ଯୋଗୁଁ ହାତୀ ଛୁଆର ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।

ଘଟଣାର ତଦନ୍ତ କରୁଥିବା ଏସିଏଫ୍ ଦିଲୀପ ସାହୁଙ୍କ କହିବାନୁଯାୟୀ, ବାରହା ମାରିବାକୁ ଲୋକେ ଏମିତି ଧାରୁଆ ଲୁହା ଫାଶ ପକାଇଥାନ୍ତି । ସେହି ଫାଶରେ ହାତୀଟି ପଡ଼ି ଯାଇଥିବା ଅନୁମାନ କରାଯାଉଛି । ବେକରେ କଟା ଦାଗ ମଧ୍ୟ ଅଛି ।

ଗତକାଲି ସନ୍ଧ୍ୟାରେ ହାତୀ ଛୁଆର ମୃତଦେହର ପୋଷ୍ଟମର୍ଟମ କରାଯାଇଛି । ଏହାର ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ। ଏହି ଘଟଣାକୁ ଗୁରୁତର ସହିତ ନେଇ ତଦନ୍ତ କରୁଛି ବନ ବିଭାଗ ।

କିଛି ଦିନ ତଳେ କେରଳରେ ହାତୀକୁ ସପୁରୀରେ ବାଣ ଭର୍ତ୍ତି କରି ଖାଇବାକୁ ଦିଆଯାଇଥିଲା । ଏଥିରେ ମାଈ ହାତୀ ଓ ତା ଗର୍ଭରେ ଥିବା ହାତୀ ଛୁଆର ମୃତ୍ୟୁ ହୋଇଥିଲା । ସାରା ଦେଶରେ ଏହାକୁ ନେଇ ଆଲୋଡନ ସୃଷ୍ଟି ହୋଇଥିବା ବେଳେ ଏହି ସମୟରେ ପୁଣି ସୁନ୍ଦରଗଡ଼ରେ ଫାଶ ପକାଇ ହାତୀ ଛୁଆ ମାରିବାର ଖବର ଆସିଛି ।



from Odisha Reporter https://ift.tt/3e4T9QU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages