ଆଇଆଇସି କରୋନାରେ ଆକ୍ରାନ୍ତ, ଥାନାକୁ କଣ୍ଟେନ୍‌ମେଣ୍ଟ୍ ଜୋନ୍‌ ଘୋଷଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 27, 2020

ଆଇଆଇସି କରୋନାରେ ଆକ୍ରାନ୍ତ, ଥାନାକୁ କଣ୍ଟେନ୍‌ମେଣ୍ଟ୍ ଜୋନ୍‌ ଘୋଷଣା

ଆଠଗଡ଼ (ନୀଳକଣ୍ଠ ଦୋରା): କଟକ ଜିଲ୍ଲା ଆଠଗଡ଼ ସବ୍‌ଡିଭିଜନ୍ ଅଧୀନ ଏକ ଥାନାର ଆଇଆଇସି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ସ୍ୱାବ୍ ରିପୋର୍ଟ ପଜିଟିଭ୍ ଆସିବା ପରେ ସମ୍ପୃକ୍ତ ଥାନାକୁ କଣ୍ଟେନ୍‌ମେଣ୍ଟ୍ ଜୋନ୍‌ ଭାବେ ଘୋଷଣା କରାଯାଇଛି। ଏନେଇ ଆଠଗଡ଼ ଏସ୍‌ଡିପିଓ ଆଲୋକ ରଞ୍ଜନ ରାୟ ସୂଚନା ଦେଇଛନ୍ତି।

ଏଥିସହ ଏହି ଥାନାର ଆଉ ୭ରୁ ୮ କର୍ମଚାରୀ ଜ୍ୱରରେ ପୀଡ଼ିତ ଥିବା ସୂଚନା ମିଳିଛି। ତେଣୁ ଥାନାର ମୋଟ ୨୨ କର୍ମଚାରୀଙ୍କ ସ୍ୱାବ୍ ସଂଗ୍ରହ ପାଇଁ ନିଷ୍ପତ୍ତି ହୋଇଛି। କାଲିଠୁ ଥାନା ଭିତରେ ସମସ୍ତ କର୍ମଚାରୀ ରହିଛନ୍ତି।

ସେହିପରି ନିକଟରେ ଆଠଗଡ଼ ଏସ୍‌ଡିପିଓ ଥାନାକୁ ଆସିଥିବାରୁ ତାଙ୍କର ମଧ୍ୟ ସ୍ୱାବ୍ ଟେଷ୍ଟ ହେବ।  ଏହାସହ ୨ ଡ୍ରାଇଭରଙ୍କର ମଧ୍ୟ ସ୍ୱାବ୍ ଟେଷ୍ଟ ହେବ ବୋଲି ଏସ୍‌ଡିପିଓ କହିଛନ୍ତି।

The post ଆଇଆଇସି କରୋନାରେ ଆକ୍ରାନ୍ତ, ଥାନାକୁ କଣ୍ଟେନ୍‌ମେଣ୍ଟ୍ ଜୋନ୍‌ ଘୋଷଣା appeared first on Odisha Reporter.



from Odisha Reporter https://ift.tt/2Ba956a

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages