ସ୍ନାନ ମଣ୍ଡପରେ ବିଜେ ହେଲେ ଚତୁର୍ଦ୍ଧାମୂର୍ତ୍ତି, ବିନାଭକ୍ତରେ ହେଉଛି ନୀତିକାନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 4, 2020

ସ୍ନାନ ମଣ୍ଡପରେ ବିଜେ ହେଲେ ଚତୁର୍ଦ୍ଧାମୂର୍ତ୍ତି, ବିନାଭକ୍ତରେ ହେଉଛି ନୀତିକାନ୍ତି

ପୁରୀ(ଓଡ଼ିଶା ରିପୋର୍ଟର): ଆଜି ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣମୀ ବା ସ୍ନାନ ପୂର୍ଣ୍ଣମୀ। ଏହି ତିଥି ଦାରୁ ବିଗ୍ରହମାନଙ୍କ ଜନ୍ମ ତିଥି ଭାବେ ବିବେଚିତ। ସେଥିପାଇଁ ଆଧ୍ୟାତ୍ମିକମୟ ହୋଇଛି ଶ୍ରୀକ୍ଷେତ୍ର ପରିବେଶ। ପ୍ରତିବର୍ଷ ଭଳି ଆଜି ମଧ୍ୟ ୧୦୮ ଗରା ସୁବାସିତ ଜଳରେ ଦିବ୍ୟ ସ୍ନାନ କରିବେ ଚତୁର୍ଦ୍ଧା ମୂରତି। ତେବେ ଏଥର କରୋନା କଟକଣା ପାଇଁ ଏଥର ବିନା ଭକ୍ତରେ ଏବଂ ସୀମିତ ସେବାୟତଙ୍କୁ ନେଇ ହେଉଛି ସ୍ନାନଯାତ୍ରା। ସ୍ନାନଯାତ୍ରା ପାଇଁ ବିଳମ୍ବିତ ରାତିରୁ ଶ୍ରୀଜିଉଙ୍କ ନୀତିକାନ୍ତି ଆରମ୍ଭ ହୋଇଥିଲା।

ରାତି ୧ଟା ୨୫ରେ ମଙ୍ଗଳାର୍ପଣ ହୋଇ ୧ଟା ୪୦ରେ ପହଣ୍ଡି ଆରମ୍ଭ ହୋଇଥିଲା। ୩ଟା ୧୦ରେ  ପହଣ୍ଡି ସରିଥିଲା। ରାତି ୩ଟା ୪୦ରେ ମଦନମୋହନ ବିଜେ ହୋଇଥିଲେ। ଭୋର ୪ଟା ୨୦ରେ ମଙ୍ଗଳ ଆଳତି,  ୪ଟା ୩୫ରେ ମଇଲମ ଓ ତଡ଼ପଲାଗି ହୋଇଥିଲା। ସେହିପରି ଭୋର ୪ଟା ୫୦ରେ ମହାପ୍ରଭୁଙ୍କ ଅଧର ପୋଛା ନୀତି ସମ୍ପନ୍ନ ହୋଇଥିଲା।

ରତ୍ନସିଂହାସନରୁ ଓହ୍ଲାଇ ଧାଡ଼ି ପହଣ୍ଡିରେ ସ୍ନାନ ମଣ୍ଡପକୁ ଆସିଲେ ଚତୁର୍ଦ୍ଧାମୂର୍ତ୍ତି। ମହାପ୍ରଭୁଙ୍କ ମଙ୍ଗଳ ଆଳତି ଓ ଅବକାଶ ନୀତି ଶେଷ ହୋଇଛି। ସୀମିତ ସେବାୟତଙ୍କ ଉପସ୍ଥିତିରେ ଚାଲିଛି ନୀତିକାନ୍ତି।

ସ୍ନାନ ମଣ୍ଡପରେ ବିରାଜିତ ଠାକୁରମାନଙ୍କୁ ଦିବ୍ୟସ୍ନାନ କରାଇବା ପରେ ଅନୁଷ୍ଠିତ ହେବ ଅନନ୍ୟ ଆକର୍ଷଣୀୟ ହାତୀ ବେଶ ବା ଗଜାନନ ବେଶ। ଏଥିପାଇଁ ରାଘବ ଦାସ ଓ ଗୋପାଳ ତୀର୍ଥ ମଠ ପକ୍ଷରୁ ଯୋଗାଇ ଦିଆଯିବ ଆବଶ୍ୟକ ସାମଗ୍ରୀ। ତେବେ ଦୁଃଖର କଥା ଏଥର ମହାମାରୀ କରୋନା ସଂକ୍ରମଣ ଜନିତ କଟକଣା ଦୃଷ୍ଟିରୁ ବଡ଼ଦାଣ୍ଡରେ ସ୍ନାନ ନୀତି ଓ ହାତୀ ବେଶକୁ ସିଧାସଳଖ ଚର୍ମଚକ୍ଷୁରେ ଦର୍ଶନ କରି ପାରିବେନି ଭକ୍ତ।



from Odisha Reporter https://ift.tt/3097c3v

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages