ଝାରସୁଗୁଡ଼ା (ଭାଗିରଥୀ ସାହୁ): ଘରର ବଡ଼ ପୁଅର ମୃତ୍ୟୁରେ ଭାଙ୍ଗିପଡ଼ି ପରିବାର ସଦସ୍ୟ ନେଲେ ଚରମ ନିଷ୍ପତ୍ତି। ଘରେ ମୃତଦେହ ପଡ଼ିଥିବା ବେଳେ ପରିବାରର ୫ ସଦସ୍ୟ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇ ଫିନାଇଲ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ସେମାନଙ୍କୁ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ବେଳେ ମୃତଦେହ ସତ୍କାର ହୋଇ ନ ପାରି ଘରେ ପଡ଼ି ରହିଛି। ଝାରସୁଗୁଡ଼ା ବିଟିଏମ୍ ଫାଣ୍ଡି ଅନ୍ତର୍ଗତ ଲହଣ୍ଡାବୁଡ଼ରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା।
ଦୁର୍ଘଟଣାରେ ଗୁରୁତର ହୋଇ ଘରର ବଡ଼ ପୁଅ ୨ ବର୍ଷ ହେବ ଘରେ ଶଯ୍ୟାଶାୟୀ ହୋଇପଡ଼ିଥିଲେ। ଗତକାଲି ତାଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ଭାଙ୍ଗି ପଡ଼ିଥିଲେ ତାଙ୍କ ମା’, ତିନି ଭଉଣୀ ଓ ସାନ ଭାଇ। ସେମାନେ ଆଲୋଚନା କରି ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ। ତା’ପରେ ଫିନାଇଲ୍ ପିଇ ଦେଇଥିଲେ।
ଖବର ପାଇ ପୁଲିସ୍ ପହଞ୍ଚି ସେମାନଙ୍କୁ ଝାରସୁଗଡ଼ା ମେଡିକାଲରେ ଭର୍ତ୍ତି କରିଥିଲା। ମାତ୍ର ଅବସ୍ଥା ଗୁରୁତର ହେବାରୁ ଜଣେ ଝିଅଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଆଉ ୨ ଝିଅଙ୍କ ଅବସ୍ଥାରେ ସାମାନ୍ୟ ସୁଧାର ଆସିଥିବା ବେଳେ ମା’ ଓ ପୁଅଙ୍କ ଚେତା ଫେରି ନ ଥିବା ଜଣାଯାଇଛି।
ଚିକିତ୍ସା ପରେ ସାମାନ୍ୟ ସୁସ୍ଥ ହୋଇଥିବା ଜଣେ ଝିଅ ପୁଲିସ୍ ନିକଟରେ କହିଛନ୍ତି ଯେ, ବଡ଼ଭାଇର ମୃତ୍ୟୁ ପରେ ସେମାନେ ସମସ୍ତେ ଭାଙ୍ଗି ପଡ଼ିଥିଲେ। ତେଣୁ ସନ୍ଧ୍ୟାରେ ସମସ୍ତେ ଏକାଠି ବସି ଆଲୋଚନା କରି ଏପରି ନିଷ୍ପତ୍ତି ନେଇଥିଲେ।
from Odisha Reporter https://ift.tt/2U1qR1q
No comments:
Post a Comment