ଟୋଲ୍‌ ମାଛ ବେସର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 7, 2020

ଟୋଲ୍‌ ମାଛ ବେସର

ଆବଶ୍ୟକୀୟ ସାମଗ୍ରୀ : ମୁଟୁଲା ମାଛ ଭଜା, କଟା ଟମୋଟୋ, କଟା ପିଆଜ, ଲଙ୍କା ଗୁଣ୍ଡ, ଲୁଣ, ହଳଦୀ, ସୋରିଷ, ରସୁଣ, କଞ୍ଚାଲଙ୍କା ଓ ପୋସ୍ତ ଦାନା ବଟା, ପାଣି, ତେଲ ଓ ମହୁଲ ଫଳ ଟୋଲକୁ କାଟି ଲୁଣ ହଳଦୀ ଗୋଳାଇ ରଖନ୍ତୁ।

ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ଗ୍ୟାସ୍‌ ଲଗାଇ ମୁଟୁଲା ମାଛକୁ ଭାଜି ରଖନ୍ତୁ। ଏହାପରେ ଟୋଲ୍‌ ବା ମହୁଳ ଫଳକୁ ଲୁଣ ଓ ହଳଦୀ ଗୁଣ୍ଡ ଦେଇ ସିଝାଇ ଦିଅନ୍ତୁ। କଡ଼େଇରେ ତେଲ ଗରମ କରି କଟା ପିଆଜ ପକାଇ ଭାଜନ୍ତୁ। ପିଆଜ ଭାଜି ହୋଇଗଲା ପରେ ସୋରିଷ, ପୋସ୍ତକ ଶୁଖିଲା ଲଙ୍କା ଓ ରସୁଣ ବଟା ପକାଇ ଗୋଳାନ୍ତୁ। ଏବେ ସେଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, କଟା ଟମାଟୋ ଓ ଅଳ୍ପ ପାଣି ମିଶାଇ କଷନ୍ତୁ। ମସଲା କଷି ହୋଇଯିବା ପରେ ସ୍ୱାଦ ଅନୁସାରେ ଲୁଣ, ସିଝା ଟୋଲ୍‌ ଓ ଅଳ୍ପ ପାଣି ଦେଇ ଗୋଳାନ୍ତୁ। ପାଣି ଫୁଟିବା ପରେ ଭଜା ମୁଟୁଲା ମାଛ ପକାଇ ଦୁଇରୁ ତିନି ମିନିଟ୍‌ ଛାଡ଼ି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ଟୋଲ୍‌ ମାଛ ବେସର।



from Odisha Reporter https://ift.tt/3h2cYtN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages