ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮୫୬; କେଉଁ ଜିଲ୍ଲାରେ କେତେ ଜାଣନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 7, 2020

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮୫୬; କେଉଁ ଜିଲ୍ଲାରେ କେତେ ଜାଣନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮୫୬ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧୭୧୬ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୧୨୯ ଜଣ ଚିକିତ୍ସାଧୀନ ଅଛନ୍ତି। ୯ ଜଣଙ୍କ ମୃତ୍ୟୁ ଘଟିଛି। ଆଉ ୨ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିଲେ ବି ସେମାନଙ୍କର କରୋନା ଯୋଗୁ ପ୍ରାଣହାନୀ ହୋଇନାହିଁ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ରାଜ୍ୟରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଗଞ୍ଜାମ ଜିଲ୍ଲାରେ। ଏଠାରେ ମୋଟ ୫୯୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୯୬ ସୁସ୍ଥ ହୋଇସାରିଛନ୍ତି ଓ ୧୯୮ ଚିକିତ୍ସାଧୀନ ଅଛନ୍ତି। ୪ ଜଣଙ୍କର ମୃତ୍ୟୁ ଘଟିଛି।

ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି ଯାଜପୁର ଜିଲ୍ଲା। ଏଠାରେ ୩୧୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୫୩ ଜଣ ସୁସ୍ଥ ହୋଇସାରିଛନ୍ତି। ୬୬ ଜଣ ଚିକିତ୍ସାଧୀନ ଅଛନ୍ତି।

ତୃତୀୟ ସ୍ଥାନରେ ରହିଛି ଖୋର୍ଦ୍ଧା ଜିଲ୍ଲା। ଏଠାରେ ୨୪୪ ଜଣ ଚିହ୍ନଟ ହୋଇଥିବା ବେଳେ ୯୪ ଜଣ ସୁସ୍ଥ ହୋଇସାରିଛନ୍ତି। ୧୪୫ ଜଣ ଚିକିତ୍ସାଧୀନ ଥିବା ବେଳେ ୪ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିଲେ ସୁଦ୍ଧା ସେ କରୋନାରେ ପ୍ରାଣ ହରାଇ ନଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି।

ଜାଣନ୍ତୁ ଆଉ କେଉଁ ଜିଲ୍ଲାରେ କେତେ
• ବାଲେଶ୍ୱର- ୧୯୦ (୧୪୦ ସୁସ୍ଥ, ୪୯ ଚିକିତ୍ସାଧୀନ)
• କଟକ- ୧୭୨ (୮୪ ସୁସ୍ଥ, ୮୭ ଚିକିତ୍ସାଧୀନ)
• କେନ୍ଦ୍ରାପଡ଼ା- ୧୬୬ (୧୩୨ ସୁସ୍ଥ, ୩୪ ଚିକିତ୍ସାଧୀନ)
• ଭଦ୍ରକ- ୧୪୦ (୧୦୬ ସୁସ୍ଥ, ୩୪ ଚିକିତ୍ସାଧୀନ)
• ବଲାଙ୍ଗୀର- ୧୨୧ (୫୪ ସୁସ୍ଥ, ୬୭ ଚିକିତ୍ସାଧୀନ)
• ପୁରୀ- ୧୦୧ (୮୪ସୁସ୍ଥ, ୧୭ ଚିକିତ୍ସାଧୀନ)
• ସୁନ୍ଦରଗଡ଼- ୯୯ (୫୦ ସୁସ୍ଥ, ୪୯ ଚିକିତ୍ସାଧୀନ)
• ଜଗତସିଂହପୁର- ୮୯ (୪୯ ସୁସ୍ଥ, ୪୦ ଚିକିତ୍ସାଧୀନ)
• ନୟାଗଡ଼ – ୮୭ (୫୦ ସୁସ୍ଥ, ୩୭ ଚିକିତ୍ସାଧୀନ)
• ମୟୂରଭଞ୍ଜ- ୭୦ (୧୬ ସୁସ୍ଥ, ୫୪ ଚିକିତ୍ସାଧୀନ)
• ନୂଆପଡ଼ା- ୬୯ (୧୪ ସୁସ୍ଥ, ୫୫ ଚିକିତ୍ସାଧୀନ)
• ଗଜପତି- ୬୧ (୧୦ ସୁସ୍ଥ, ୫୧ ଚିକିତ୍ସାଧୀନ)
• ଢେଙ୍କାନାଳ- ୩୫ (୬ ସୁସ୍ଥ, ୨୯ ଚିକିତ୍ସାଧୀନ)
• ବୌଦ୍ଧ- ୩୪ (୩୩ ସୁସ୍ଥ, ୧ ଚିକିତ୍ସାଧୀନ)
• ଅନୁଗୋଳ- ୩୩ (୨୫ ସୁସ୍ଥ, ୮ ଚିକିତ୍ସାଧୀନ)
• ଦେବଗଡ଼- ୩୩ (୨୪ ସୁସ୍ଥ, ୯ ଚିକିତ୍ସାଧୀନ)
• କେନ୍ଦୁଝର- ୩୩ (୧୮ ସୁସ୍ଥ, ୧୫ ଚିକିତ୍ସାଧୀନ))
• ସୋନପୁର- ୨୯ (୭ ସୁସ୍ଥ, ୨୨ ଚିକିତ୍ସାଧୀନ)
• କଳାହାଣ୍ଡି- ୨୭ (୧୫ ସୁସ୍ଥ, ୧୨ ଚିକିତ୍ସାଧୀନ )
• କନ୍ଧମାଳ- ୨୫ (୧୩ ସୁସ୍ଥ, ୧୨ ଚିକିତ୍ସାଧୀନ)
• ମାଲକାନଗିରି-୨୧ (୧୯ ସୁସ୍ଥ, ୨ ଚିକତ୍ସାଧୀନ)
• ବରଗଡ଼- ୧୬ (୨ ସୁସ୍ଥ, ୧୪ ଚିକିତ୍ସାଧୀନ)
• କୋରାପୁଟ- ୧୬ (୭ ସୁସ୍ଥ, ୯ ଚିକିତ୍ସାଧୀନ)
• ସମ୍ବଲପୁର- ୧୬ (୮ ସୁସ୍ଥ, ୮ ଚିକିତ୍ସାଧୀନ)
• ଝାରସୁଗୁଡ଼ା- ୮ ( ୬ ସୁସ୍ଥ, ୨ ଚିକିତ୍ସାଧୀନ)
• ନବରଙ୍ଗପୁର- ୨ (ଜଣେ ସୁସ୍ଥ, ଜଣେ ଚିକିତ୍ସାଧୀନ)
• ରାୟଗଡ଼ା-୨ (ସମସ୍ତେ ଚିକିତ୍ସାଧୀନ)



from Odisha Reporter https://ift.tt/30h1EnR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages