ଥିରୁଅନନ୍ତପୁରମ: କେରଳ ପାଲକଡରେ ଗର୍ଭବତୀ ହାତୀ ମୃତ୍ୟୁ ମାମଲାରେ ଜଣେ ଅଭିଯୁକ୍ତ ଗିରଫ ହୋଇଛି। ଏ ନେଇ କେରଳର ଜଙ୍ଗଲ ମନ୍ତ୍ରୀ କେ ରାଜୁ ସୂଚନା ଦେଇଛନ୍ତି। ଗିରଫ ପୂର୍ବରୁ ତିନି ଜଣ ସନ୍ଦିଗ୍ଧଙ୍କୁ ପଚରା ଉଚରା କରାଯାଇଥିଲା।
ରିପୋର୍ଟ ଅନୁସାରେ ଗର୍ଭବତୀ ହାତୀଟି ଖାଇବା ଅନ୍ୱେଷଣରେ କେରଳର ପାଲକଡ୍ ଜିଲ୍ଲାରେ ଥିବା ଜଙ୍ଗଲରୁ ସ୍ଥାନୀୟ ଗାଁକୁ ଚାଲିଆସିଥିଲା। ଯେଉଁଠାରେ ପଶୁତୁଲ୍ୟ ଲୋକ ହାତୀଟିକୁ ସପୁରୀରେ ବାଣ ପୂରାଇ ଖାଇବା ପାଇଁ ଦେଇଥିଲେ। ଯାହାକୁ ଖାଇବା ପରେ ହାତୀଟିର ମୁହଁରେ ହିଁ ବାଣଭର୍ତ୍ତି ସପୁରୀଟି ଫାଟି ଯାଇଥିଲା। ମୁହଁରେ ଅହସ୍ୟ ଯନ୍ତ୍ରଣା ହେବା ପରେ ହାତୀଟି କିଛି ଦିନ ପର୍ଯ୍ୟନ୍ତ କିଛି ଖାଇନପାରି ଗାଁରେ ବୁଲିବାରେ ଲାଗିଥିଲା। ବୁଲି ବୁଲି ଏକ ନଦୀରେ ମେ’ ୨୭ ତାରିଖରେ ହାତୀଟି ଶେଷ ନିଃଶ୍ୱାସ ତ୍ୟାଗ କରିଛି। ଏହାକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
from Odisha Reporter https://ift.tt/2Mt86jm
No comments:
Post a Comment