ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୬୦୮ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧୪୮୧ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୧୧୭ ଜଣ ଚିକିତ୍ସାଧୀନ ଅଛନ୍ତି। ୮ ଜଣଙ୍କ ମୃତ୍ୟୁ ଘଟିଛି। ଆଉ ୨ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିଲେ ବି ସେମାନଙ୍କର କରୋନା ଯୋଗୁ ପ୍ରାଣହାନୀ ହୋଇନାହିଁ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
ରାଜ୍ୟରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଗଞ୍ଜାମ ଜିଲ୍ଲାରେ। ଏଠାରେ ମୋଟ ୫୩୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୫୪ ସୁସ୍ଥ ହୋଇସାରିଛନ୍ତି ଓ ୧୭୬ ଜଣ ଚିକିତ୍ସାଧୀନ ଅଛନ୍ତି। ୩ ଜଣଙ୍କର ମୃତ୍ୟୁ ଘଟିଛି।
ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି ଯାଜପୁର ଜିଲ୍ଲା। ଏଠାରେ ୨୯୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୪୨ ଜଣ ସୁସ୍ଥ ହୋଇସାରିଛନ୍ତି। ୫୧ ଜଣ ଚିକିତ୍ସାଧୀନ ଅଛନ୍ତି।
ତୃତୀୟ ସ୍ଥାନରେ ରହିଛି ଖୋର୍ଦ୍ଧା ଜିଲ୍ଲା। ଏଠାରେ ୨୧୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୭ ଜଣ ସୁସ୍ଥ ହୋଇସାରିଛନ୍ତି। ୧୩୫ ଜଣ ଚିକିତ୍ସାଧୀନ ଥିବା ବେଳେ ୪ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିଲେ ସୁଦ୍ଧା ସେ କରୋନାରେ ପ୍ରାଣ ହରାଇ ନଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି।
ଜାଣନ୍ତୁ ଆଉ କେଉଁ ଜିଲ୍ଲାରେ କେତେ
- ବାଲେଶ୍ୱର- ୧୭୯ (୧୩୪ ସୁସ୍ଥ, ୪୪ ଚିକିତ୍ସାଧୀନ)
- କେନ୍ଦ୍ରାପଡ଼ା- ୧୬୩ (୯୫ ସୁସ୍ଥ, ୬୮ ଚିକିତ୍ସାଧୀନ)
- କଟକ- ୧୫୪ (୫୮ସୁସ୍ଥ, ୯୫ ଚିକିତ୍ସାଧୀନ)
- ଭଦ୍ରକ- ୧୩୬ (୧୦୬ ସୁସ୍ଥ, ୩୦ ଚିକିତ୍ସାଧୀନ)
- ବଲାଙ୍ଗୀର- ୧୦୫ (୨୪ ସୁସ୍ଥ, ୮୧ ଚିକିତ୍ସାଧୀନ)
- ପୁରୀ- ୯୯ (୮୧ସୁସ୍ଥ, ୧୮ ଚିକିତ୍ସାଧୀନ)
- ଜଗତସିଂହପୁର- ୮୭ (୪୧ ସୁସ୍ଥ, ୪୬ ଚିକିତ୍ସାଧୀନ)
- ସୁନ୍ଦରଗଡ଼- ୮୧ (୩୯ ସୁସ୍ଥ, ୪୨ ଚିକିତ୍ସାଧୀନ)
- ନୟାଗଡ଼ – ୭୬ (୪୫ ସୁସ୍ଥ, ୩୧ ଚିକିତ୍ସାଧୀନ)
- ନୂଆପଡ଼ା- ୬୦ (ସମସ୍ତେ ଚିକିତ୍ସାଧୀନ)
- ମୟୂରଭଞ୍ଜ- ୫୭ (୧୪ ସୁସ୍ଥ, ୪୩ ଚିକିତ୍ସାଧୀନ)
- ଗଜପତି- ୫୧ (୧୦ ସୁସ୍ଥ, ୪୧ ଚିକିତ୍ସାଧୀନ)
- ବୌଦ୍ଧ- ୩୪ (୩୩ ସୁସ୍ଥ, ୧ ଚିକିତ୍ସାଧୀନ)
- ଦେବଗଡ଼- ୩୩ (୨୪ ସୁସ୍ଥ, ୯ ଚିକିତ୍ସାଧୀନ)
- ଢେଙ୍କାନାଳ- ୩୩ (୪ ସୁସ୍ଥ, ୨୯ ଚିକିତ୍ସାଧୀନ)
- କେନ୍ଦୁଝର- ୩୨ (୧୮ ସୁସ୍ଥ, ୧୪ ଚିକିତ୍ସାଧୀନ))
- ଅନୁଗୋଳ- ୩୧ (୨୪ ସୁସ୍ଥ, ୭ ଚିକିତ୍ସାଧୀନ)
- ସୋନପୁର- ୨୬ (୩ ସୁସ୍ଥ, ୨୩ ଚିକିତ୍ସାଧୀନ )
- କଳାହାଣ୍ଡି- ୨୫ (୧୫ସୁସ୍ଥ, ୧୦ଚିକିତ୍ସାଧୀନ)
- କନ୍ଧମାଳ-୨୫ (୬ ସୁସ୍ଥ, ୧୯ ଚିକତ୍ସାଧୀନ)
- ମାଲକାନଗିରି- ୨୧ (୧୯ସୁସ୍ଥ, ୨ ଚିକିତ୍ସାଧୀନ)
- ବରଗଡ଼- ୧୬ (୨ ସୁସ୍ଥ, ୧୪ ଚିକିତ୍ସାଧୀନ)
- ସମ୍ବଲପୁର- ୧୬ (୫ ସୁସ୍ଥ, ୧୧ ଚିକିତ୍ସାଧୀନ)
- କୋରାପୁଟ- ୧୪ (୧ ସୁସ୍ଥ, ୧୩ ଚିକିତ୍ସାଧୀନ)
- ଝାରସୁଗୁଡ଼ା- ୭ ( ୬ ସୁସ୍ଥ, ଜଣେ ଚିକିତ୍ସାଧୀନ)
- ନବରଙ୍ଗପୁର- ୨ (ଜଣେ ସୁସ୍ଥ, ଜଣେ ଚିକିତ୍ସାଧୀନ)
- ରାୟଗଡ଼ା-୨ (ସମସ୍ତେ ଚିକିତ୍ସାଧୀନ)
from Odisha Reporter https://ift.tt/3798w83
No comments:
Post a Comment