ଧାର୍ଯ୍ୟ ସମୟର ୩୫ ମିନିଟ୍‌ ପୂର୍ବରୁ ଗଡ଼ିଲା ରଥ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 1, 2020

ଧାର୍ଯ୍ୟ ସମୟର ୩୫ ମିନିଟ୍‌ ପୂର୍ବରୁ ଗଡ଼ିଲା ରଥ

ପୁରୀ(ଓଡ଼ିଶା ରିପୋର୍ଟର): ମାଉସୀ ଘରୁ ଲୀଳାଖେଳ ସାରି ଭାଇଭଉଣୀଙ୍କୁ ଧରି ଜନ୍ମ ବେଦୀରୁ ରତ୍ନ ବେଦୀ ଅଭିମୁଖେ ବାହୁଡ଼ିଲେ ମହାପ୍ରଭୁ। ଧାର୍ଯ୍ୟ ସମୟର ୩୫ ମିନିଟ ପୂର୍ବରୁ ଆରମ୍ଭ ହେଲା ରଥଟଣା। ଚାରମାଳ ଫିଟା ଓ ଘୋଡା ଲାଗିବା ପରେ  ୧୧ଟା ୨୫ରେ ଗଡ଼ିଲା ବଡ ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ। ଏହାର ପାଖାପାଖି ଘଣ୍ଟାଏ ପରେ ଦେବୀ ସୁଭଦ୍ରାଙ୍କ ରଥ ଟଣା ଯାଇଥିଲା।

କରୋନା କଟକଣା ଯୋଗୁ ଆଜି ବିନା ଭକ୍ତରେ ଭାଇ, ଭଉଣୀଙ୍କୁ ସାଙ୍ଗରେ ଧରି ଶ୍ରୀକ୍ଷେତ୍ରକୁ ବାହୁଡ଼ୁଛନ୍ତି କାଳିଆ ସାଆନ୍ତ। ସକାଳ ଭୋଗରେ ଖେଚୁଡ଼ି ଖାଇ ରଥ ଚଢ଼ିଲେ ମହାପ୍ରଭୁ। ସକାଳୁ ସକାଳୁ ଚତୁର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡି ନୀତି ଶେଷ ହେବା ପରେ ରଥରେ ଠାକୁରଙ୍କ ବେଶ କରାଗଲା।  ପରେ ଛେରା ପହଁରା କଲେ ଗଜପତି ମହାରାଜା।

ବାହୁଡ଼ା ଯାତ୍ରା ପାଇଁ ଶରଧାବାଲିରେ ତିନି ରଥ ପ୍ରସ୍ତୁତ  ଥିବା ବେଳେ  ପୁରୀ ଜିଲ୍ଲ‌ା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପୁରୀ ଜିଲ୍ଲା ସମେତ ସହରରେ ଗତ ରାତିରୁ କର୍ଫ୍ୟୁ ଲାଗୁ କରାଯାଇଛି। ମଙ୍ଗଳବାର ରାତିରୁ ୨ ତାରିଖ ଅର୍ଥାତ ଗୁରୁବାର ରାତି ୧୦ଟା ପର୍ଯ୍ୟନ୍ତ ଏହି  କର୍ଫ୍ୟୁ ବଳବତ୍ତର ରହିବ।

ଶ୍ରୀଗୁଣ୍ଡିଚା ଯାତ୍ରା ଭଳି ବାହୁଡ଼ାରେ ମଧ୍ୟ ବଡଦାଣ୍ଡକୁ କାହାକୁ ଆସିବାକୁ ମିଳି ନାହିଁ। କେବଳ ସେବକମାନେ ରଥ ଟାଣିପାରିବେ। ବଡଦାଣ୍ଡରେ କଡା ସୁରକ୍ଷା‌ ବ୍ୟବସ୍ଥା ଗ୍ରହଣ କରାଯାଇଥିବା  ବେଳେ ୭୦ ପ୍ଲାଟୁନ ପୁଲିସ ଫୋର୍ସ ଓ ୪୦୦ ପୁଲିସ୍‌ ଅଫିସରଙ୍କୁ ମୁତୟନ କରାଯାଇଛି। ପୁରୀର ସମସ୍ତ ପ୍ରବେଶ ପଥ ସିଲ୍ କରାଯିବା ସହିତ ଗଳିକନ୍ଦିକୁ ମଧ୍ୟ ସିଲ୍ କ‌ରାଯାଇଛି।

The post ଧାର୍ଯ୍ୟ ସମୟର ୩୫ ମିନିଟ୍‌ ପୂର୍ବରୁ ଗଡ଼ିଲା ରଥ appeared first on Odisha Reporter.



from Odisha Reporter https://ift.tt/3ii8L5V

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages