ବୁଦା ମୂଳରୁ ମିଳିଲା ନବଜାତ ଶିଶୁପୁତ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 3, 2020

ବୁଦା ମୂଳରୁ ମିଳିଲା ନବଜାତ ଶିଶୁପୁତ୍ର

କେନ୍ଦୁଝର(ପ୍ରଣୟ ପାଣି): ବୁଦା ମୂଳରୁ ଉଦ୍ଧାର ହେଲା ନବଜାତ ଶିଶୁ ପୁତ୍ର। କେନ୍ଦୁଝର ଟାଉନ ଥାନା ସିଲୁଆଁ ଛକ ନିକଟରେ ଥିବା ଏକ ବୁଦା ମୂଳରୁ ଏକ ନବଜାତ ଶିଶୁକୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି। ଛୁଆଟି ସୁସ୍ଥ ଥିବା ବେଳେ ତାକୁ ସେଠାରେ କିଏ ଫୋପାଡ଼ି ଦେଇ ପଳାଇଥିବା ସନ୍ଦେହ କରାଯାଉଛି।

ଆଜି ସକାଳୁ ପ୍ରାତଃ ଭ୍ରମଣରେ ଯାଉଥିବା ଲୋକମାନେ ଛୁଆଟିର କାନ୍ଦ ଶୁଣି ଅଟକି ଯାଇଥିଲେ। ଏହାପରେ ଖୋଜାଖୋଜି କରି ନିକଟସ୍ଥ ଏକ ବୁଦା ମୂଳରୁ ଶିଶୁଟିକୁ ଉଦ୍ଧାର କରିଥଇଲେ।  ଶିଶୁର ପାଟି ଓ ଆଖି ପାଖରେ ପିମ୍ପୁଡି କାମୁଡି ଥିବା ଦେଖିବାକୁ ମିଳିଥିଲା ।ଖବର ପାଇ ସ୍ଥାନୀୟ ଆଶା କର୍ମୀ ଓ ଚାଇଲ୍ଡ  ଲାଇନ୍‌ କର୍ମଚାରୀ ପହଞ୍ଚି ଶିଶୁପୁତ୍ରଟିକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।



from Odisha Reporter https://ift.tt/3dyqVxr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages