ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲାରେ ଆଉ ୫୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାପାଳଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୩୮ରେ ପହଞ୍ଚିଛି। ଅବଶ୍ୟ ସେମାନଙ୍କ ମଧ୍ୟରୁ ୭୬୮ ଜଣ ସୁସ୍ଥ ହୋଇସାରିଥିବା ବେଳେ ୩୧୨ ଜଣ ଚିକିତ୍ସାଧୀନ ଅଛନ୍ତି। ୮ ଜଣଙ୍କ ମୃତ୍ୟୁ ଘଟିଛି।
ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ, ନୂଆ କରି ଚିହ୍ନଟ ହୋଇଥିବା ଏହି ୫୦ କରୋନା ଆକ୍ରାନ୍ତଙ୍କୁ କୋଭିଡ୍ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଛି। ଏହି ୫୦ ଆକ୍ରାନ୍ତଙ୍କ ମଧ୍ୟରେ ୧୩ ଜଣ କରୋନା ଯୋଦ୍ଧା ରହିଛନ୍ତି।
Ganjam test status for 25/6/2020.. active contact tracing going on.
Stay at home and be safe.
Use mask 😷.
Wash hands frequently.
Don’t touch nose mouth and eyes.
Take care of senior citizens and kids. @CMO_Odisha @HFWOdisha pic.twitter.com/i85r7Z3w3V— Collector & District Magistrate, Ganjam (@Ganjam_Admin) June 26, 2020
The post ଗଞ୍ଜାମରେ ଆଉ ୫୦ କରୋନା ଆକ୍ରାନ୍ତ ଚିହ୍ନଟ appeared first on Odisha Reporter.
from Odisha Reporter https://ift.tt/3g2K5N0
No comments:
Post a Comment