ଯାଜପୁର (ଓଡ଼ିଶା ରିପୋର୍ଟର): ଯାଜପୁର ଜିଲ୍ଲା ବରୀ ବ୍ଲକର ଈଶାନପୁର ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରିଛନ୍ତି ଜିଲ୍ଲାପାଳ ରଞ୍ଜନ କୁମାର ଦାସ। ଆଜି ସକାଳ ୭ଟାରୁ ଜୁଲାଇ ୧୨ ତାରିଖ ଯାଏ କଣ୍ଟେନମେଣ୍ଟ ଅବଧି ରହିଛି। ଏହି ଅଞ୍ଚଳରେ ରହୁଥିବା କେହି ବି ବ୍ୟକ୍ତି ବାହାରକୁ ନ ଯିବାକୁ କୁହାଯାଇଛି।
ଏହି ସମୟ ମଧ୍ୟରେ ଈଶାନପୁର ପଞ୍ଚାୟତର ସମସ୍ତ ଦୋକାନ, ବଜାର ବନ୍ଦ କରିବାକୁ ଘୋଷଣା କରାଯାଇଛି। ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଓ ମେଡିକାଲ୍ ସେବା ଯୋଗାଇବା ପାଇଁ ବ୍ୟବସ୍ଥା ହୋଇଛି। ୪ ଜଣ ନୋଡାଲ ଅଫିସରଙ୍କୁ ସାନିଟାଇଜେସନ୍, ଅତ୍ୟାବଶ୍ୟକ ସାମଗ୍ରୀ, ସ୍ୱାସ୍ଥ୍ୟ ଏବଂ ଆଇନ ସେବା ଯୋଗାଇବାକୁ ଦାୟିତ୍ୱ ଦିଆଯାଇଛି। କରୋନା ସଂକ୍ରମିତଙ୍କ ସଂଖ୍ୟା ଏହି ଅଞ୍ଚଳରେ ବଢ଼ୁଥିବାରୁ ଏହାକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି।
ସୂଚନାଯୋଗ୍ୟ, ଯାଜପୁର ଜିଲ୍ଲାରେ ୪୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୫୧ ଜଣ ସ୍ଥୁସ୍ଥ ହୋଇଛନ୍ତି। ଅନ୍ୟ ୯୫ ଜଣ ବିଭିନ୍ନ କୋଭିଡ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି।
The post ଈଶାନପୁର ପଞ୍ଚାୟତ କଣ୍ଟେନମେଣ୍ଟ ଜୋନ୍ appeared first on Odisha Reporter.
from Odisha Reporter https://ift.tt/2VrCFLc
No comments:
Post a Comment