ଆମ୍ବ ନ ଦେବାରୁ ପତ୍ନୀକୁ ପିଟି ପିଟି ହତ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 16, 2020

ଆମ୍ବ ନ ଦେବାରୁ ପତ୍ନୀକୁ ପିଟି ପିଟି ହତ୍ୟା

ଭଦ୍ରକ(ପାର୍ଥ ସାରଥୀ ନାୟକ): ରଜରେ ଆମ୍ବ ଖାଇବା ପାଇଁ ନଦେବାରୁ ପତ୍ନୀଙ୍କୁ ପିଟି ପିଟି ହତ୍ୟା କଲା ସ୍ୱାମୀ। ଏପରି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ଜଳମଣ୍ଡୁଆ ଗାଁରୁ ।

ଅଭିଯୋଗ ଅନୁଯାୟୀ, ଗତକାଲି ରାତିରେ ଗାଁର କାର୍ତ୍ତିକ ଜେନା ନାମକ ବ୍ୟକ୍ତି ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥିଲେ। ଏହାପରେ  ଆମ୍ବ ଖାଇବାକୁ ପତ୍ନୀ ସସ୍ମିତାଙ୍କୁ ମାଗିଥିଲେ ।  କିନ୍ତୁ ଆମ୍ବ ସବୁ ପିଲାମାନେ ଖାଇ ଦେଇଥିବା ପତ୍ନୀ କହିଥିଲେ।  ଏହାଶୁଣି କାର୍ତ୍ତିକ ରାଗିଯାଇ ଏକ ବାଉଁଶ ଫାଳିଆରେ ପିଟି ପିଟି ପତ୍ନୀଙ୍କ ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ଘଟଣାସ୍ଥଳରେ ସସ୍ମିତାଙ୍କ ମୃତ୍ୟୁ ହୋଇଥିବାବେଳେ କାର୍ତ୍ତିକଙ୍କୁ ଧାମନଗର ପୁଲିସ୍‌ ଅଟକ ରଖି ତଦନ୍ତ କରୁଛି । ସସ୍ମିତାଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ମେଡିକାଲକୁ ପଠାଇଛି ପୁଲିସ୍‌ ।



from Odisha Reporter https://ift.tt/2YHBQPh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages