ମୁମ୍ବାଇ: କରୋନା ଭୂତାଣୁ ଲକଡାଉନ ପରିସ୍ଥିତିରେ ପ୍ରବାସୀ ଶ୍ରମିକଙ୍କ ଦୁଃଖ ଦୁର୍ଦ୍ଦଶା ସବୁଠାରୁ ଅଧିକ ଯନ୍ତ୍ରଣାଦାୟୀ ଥିଲା। ଏବେ ସୁଦ୍ଧା ସେମାନଙ୍କ ଘର ବାହୁଡ଼ା କାର୍ଯ୍ୟ ଚାଲିଛି। ଏଭଳି ସ୍ଥିତିରେ ପ୍ରବାସୀ ଶ୍ରମିକମାନଙ୍କୁ ସେମାନଙ୍କ ଘରେ ପହଞ୍ଚାଇବା ଦାୟିତ୍ୱ ମୁଣ୍ଡାଇ ବଲିଉଡ୍ ଅଭିନେତା ସୋନୁ ସୁଦ୍ ଖୁବ୍ ପ୍ରଶଂସା ସାଉଣ୍ଟିଲେ। ଏପରିକି ସୋନୁଙ୍କ ସହାୟତାରେ ଅନେକ ଓଡ଼ିଆ ଯୁବତୀ ଓଡ଼ିଶାକୁ ମଧ୍ୟ ଫେରିଛନ୍ତି। ହେଲେ ସୋନୁଙ୍କ ଏଭଳି ମହତ୍ କାର୍ଯ୍ୟକୁ ସମାଲୋଚନା କରିଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ। ସେ ପାର୍ଟିର ମୁଖପତ୍ର ‘ସାମ୍ନା’ରେ ସୋନୁଙ୍କ ଏଭଳି କାର୍ଯ୍ୟକୁ ନେଇ ପ୍ରଶ୍ନ କରିଛନ୍ତି। ଏହାସହ ସେ ବିଜେପିକୁ ମଧ୍ୟ ଟାର୍ଗେଟ୍ କରିଛନ୍ତି। ତେବେ ଏନେଇ ବିଜେପି ପକ୍ଷରୁ ମଧ୍ୟ ପ୍ରତିକ୍ରିୟା ଆସିଛି।
ରାଉତ ଶିବସେନାର ମୁଖପତ୍ର ‘ସାମ୍ନା’ରେ ସୋନୁ ସୁଦଙ୍କ ସହାୟତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ପତ୍ରିକାର ରୋକଠୋକ୍ ସ୍ତମ୍ଭରେ ସେ ଲେଖିଛନ୍ତି, ଲକଡାଉନ ପରିସ୍ଥିତିରେ ହଠାତ୍ ସୋନୁ ସୁଦ୍ ନାମକ ଜଣେ ମହାତ୍ସା ପ୍ରସ୍ତୁତ ହୋଇଗଲା। ଏତେ ଝଟକା ଆଉ ଚାଲାକି କରି କାହାକୁ ମହାତ୍ମା ସଜାଇ ହେବ? ତେବେ ପ୍ରବାସୀ ଶ୍ରମିକଙ୍କୁ ବସ୍ ଯୋଗେ ଘର ପହଞ୍ଚାଇବା ଲାଗି ଏତେ ଟଙ୍କା କେଉଁଠୁ ଆସିଲା ବୋଲି ପ୍ରଶ୍ନ କରିବା ସହ ସୋନୁ ବିଜେପି ପାର୍ଟିର ମୁଖପଟ୍ଟା ସଦୃଶ ବୋଲି ପ୍ରମାଣ କରିବାକୁ ରାଉତ ଚେଷ୍ଟା କରିଛନ୍ତି।
ଏନେଇ ବିଜେପି ନେତା ରାମ କଦମ ରାଉତଙ୍କ ଏଭଳି ମନ୍ତବ୍ୟକୁ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଛନ୍ତି। କଦମ ଏକ ଟ୍ୱିଟ୍ କରି କହିଛନ୍ତି ଯେ, “କରୋନା ସଙ୍କଟ କାଳରେ ମଣିଷପଣିଆ ଦେଖାଇ ଶ୍ରମିକଙ୍କୁ ରାସ୍ତାରୁ ଉଠାଇ ଘରେ ପହଞ୍ଚାଇ ସହାଯତା କରିଥିବା ସୋନୁ ସୁଦଙ୍କ ବିଷୟରେ ରାଉତଙ୍କ ଏଭଳି ଟିପ୍ପଣୀ ଦୁର୍ଭାଗ୍ୟପୂର୍ଣ୍ଣ। ନିଜ ସରକାର ତ କରୋନା ସ୍ଥିତି ମୁକାବିଲା କରିବାରେ ବିଫଳ ସାବ୍ୟସ୍ତ ହେଲା। ସୋନୁଙ୍କ ଉପରେ ଅଭିଯୋଗ ଆଣି, ପ୍ରଶ୍ନ ଉଠାଇ ଏହି ସତକୁ ଲୁଚାଯାଇ ପାରିବ ନାହିଁ। ଯେଉଁ କାମକୁ ପ୍ରଶଂସା କରାଯିବା ଉଚିତ୍, ତା’ଉପରେ ମଧ୍ୟ ଅଭିଯୋଗ?”
#Corona के संकट काल में इंसानियत के नाते #मजदूरों को सड़क पर उतर के सहायता करने वाले @SonuSood पर @rautsanjay61 का बयान दुर्भाग्यपूर्ण खुद की सरकार #Corona से निपटने में नाकाम हो गई ?यह सच्चाई सोनू सूद पर आरोप करके छुप नहीं सकती जिस कामकी सराहना करने की आवश्यकता है उस पर भी आरोप?
— Ram Kadam (@ramkadam) June 7, 2020
ସୂଚନା ଥାଉ କି, କରୋନା ସଙ୍କଟ କାଳରେ ବର୍ତ୍ତମାନ ସୁଦ୍ଧା ସୋନୁ ୧୬-୧୭ ହଜାର ପ୍ରବାସୀ ଶ୍ରମିକଙ୍କୁ ତାଙ୍କ ଠିକଣାରେ ପହଞ୍ଚାଇଛନ୍ତି। ତେବେ ୪୦-୫୦ ହଜାର ଶ୍ରମିକଙ୍କୁ ତାଙ୍କ ଘରେ ସୁରକ୍ଷିତ ପହଞ୍ଚାଇବା ନେଇ ସେ ଲକ୍ଷ୍ୟ ରଖିଛନ୍ତି। ଏନେଇ ସୋନୁଙ୍କ ଟିମ୍ ଦିନ-ରାତି ପରିଶ୍ରମ କରୁଛନ୍ତି।
from Odisha Reporter https://ift.tt/3h562fp
No comments:
Post a Comment