ଝୁଲନ୍ତା ଅବସ୍ଥାରେ ମିଳିଲା ବିଜେପି ବିଧାୟକଙ୍କ ମୃତଦେହ, ଦଳ ଆଣିଲା ହତ୍ୟା ଅଭିଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 12, 2020

ଝୁଲନ୍ତା ଅବସ୍ଥାରେ ମିଳିଲା ବିଜେପି ବିଧାୟକଙ୍କ ମୃତଦେହ, ଦଳ ଆଣିଲା ହତ୍ୟା ଅଭିଯୋଗ

କୋଲକାତା: ପଶ୍ଚିମବଙ୍ଗର ବରିଷ୍ଠ ବିଜେପି ନେତା ତଥା ବିଧାୟକ ଦେବେନ୍ଦ୍ର ନାଥ ରୟଙ୍କ ଝୁଲନ୍ତା ମୃତଦେହ ଉତ୍ତର ଦିଞ୍ଜାପୁର ଅନ୍ତର୍ଗତ ହେମତାବାଦ ସ୍ଥିତ ତାଙ୍କ ଘର ନିକଟରୁ ଠାବ ହୋଇଛି। ମୃତ୍ୟୁର କାରଣ ଜଣାପଡ଼ି ନଥିଲେ ହେଁ ବିଜେପି ପକ୍ଷରୁ ଏହାକୁ ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ କୁହାଯାଇଛି ଓ ଏହା ପଛରେ ଶାସକ ଟିଏମସିର ହାତ ଥିବା ଦଳ ଦାବି କରିଛି।

ବିଜେପି ନେତା ରାହୁଲ ସିହ୍ନା କହିଛନ୍ତି, “ବିଜେପି ବିଧାୟକ ଦେବନ୍ଦ୍ର ନାଥ ରୟଙ୍କ ମୃତ୍ୟୁର ସିବିଆଇ ତଦନ୍ତ ପାଇଁ ଆମେ ଦାବି କରୁଛୁ। ତୃଣମୂଳ କଂଗ୍ରେସ ହିଁ ଏହି ହତ୍ୟାକାଣ୍ଡ ପଛରେ ରହିଛି। ହତ୍ୟାକାଣ୍ଡକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ମୃତଦେହକୁ ଝୁଲାଇ ଦିଆଯାଇଛି। ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛି ଯେ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ସେ ସିବିଆଇକୁ ତଦନ୍ତ ନିର୍ଦ୍ଦେଶ ଦିଅନ୍ତୁ।”

ଦେବେନ୍ଦ୍ର ସିପିଆଇ(ଏମ) ଟିକେଟରୁ ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ିଥିଲେ ଓ ବିଜୟୀ ମଧ୍ୟ ହୋଇଥିଲେ। ତେବେ ଲୋକସଭା ନିର୍ବାଚନ ପରେ ସେ ବିଜେପିରେ ସାମିଲ ହୋଇଥିଲେ।

The post ଝୁଲନ୍ତା ଅବସ୍ଥାରେ ମିଳିଲା ବିଜେପି ବିଧାୟକଙ୍କ ମୃତଦେହ, ଦଳ ଆଣିଲା ହତ୍ୟା ଅଭିଯୋଗ appeared first on Odisha Reporter.



from Odisha Reporter https://ift.tt/2Wg2O01

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages