ନୂଆଦିଲ୍ଲୀ: କରୋନା ମହାମାରୀର ପ୍ରଭାବ ଦିନକୁ ଦିନ ବଢ଼ୁଥିବା ବେଳେ ସୋମବାର ଜାତିସଂଘ ଭୋକିଲାଙ୍କ ସଂଖ୍ୟା ନେଇ ଏକ ରିପୋର୍ଟ ପ୍ରକାଶ କରିଛି। ଯାହାକି ଚିନ୍ତାଜନକ। ପ୍ରତି ୯ ଜଣଙ୍କ ମଧ୍ୟରୁ ଜଣେ ଭୋକିଲା ରହୁଥିବା ଜାତିସଂଘ ରିପୋର୍ଟରେ ପ୍ରକାଶ କରିଛି। ବିଶ୍ୱର ମୋଟ ଜନସଂଖ୍ୟାର ୮.୯ ପ୍ରତିଶତ ଅର୍ଥାତ ୬୯ କୋଟି ଲୋକ ଭୋକିଲା ରହୁଛନ୍ତି ବୋଲି ରିପୋର୍ଟରେ ପ୍ରକାଶ ପାଇଛି।
ତେବେ ଏଭଳି ସ୍ଥିତି ଉପୁଜିବା ପଛର କାରଣ ଅର୍ଥନୀତିକ ମାନ୍ଦାବସ୍ଥା, ଜଳବାୟୁ ପରିବର୍ତ୍ତନ, ଉପଯୁକ୍ତ ଆହାରର ଦାମ ବଢ଼ିବା ବୋଲି ଜଣାପଡଡ଼ିଛି। ପୁଷ୍ଟିଯୁକ୍ତ ଆହାରର ଦାମ ବଢ଼ିବାରୁ ଅଧିକାଂଶ ଲୋକ କିଣି ପାରୁନାହାନ୍ତି। ତେଣୁ ବିଶ୍ୱରେ ଅପପୁଷ୍ଟି ବଢ଼ୁଛି। ତେଣୁ ଛୋଟ ଛୁଆଙ୍କ ଶରୀରରେ ମେଦବହୁଳତା ବଢ଼ୁଥିବା ଜାତିସଂଘ ପ୍ରକାଶ କରିଥିବା ରିପୋର୍ଟରେ ଉଲ୍ଲେଖ କରିଛି। ଜାତିସଂଘ ଅଧୀନରେ ଥିବା ପାଞ୍ଚଟି ସଂସ୍ଥା ଏହି ସର୍ଭେ କରିଛି।
୨୦୧୮ ତୁଳନାରେ ୨୦୧୯ରେ ଏହି ଭୋକିଲା ସଂଖ୍ୟା ୧୦ ନିୟୁତ ବଢ଼ିଛି। ଯଦି ଆଗକୁ ଏଭଳି ସ୍ଥିତି ଜାରି ରୁହେ ତା’ହେଲେ ଆଗାମୀ ୫ ବର୍ଷରେ ଭୋକିଲା ସଂଖ୍ୟା ଆହୁରି ୬୦ ନିୟୁତ ବୃଦ୍ଧି ପାଇବ। ଆଉ ୨୦୩୦ ବେଳକୁ ବିଶ୍ୱରେ ଭୋକିଲାଙ୍କ ସଂଖ୍ୟା ଅଣାୟତ୍ତ ହୋଇଥିବା ବୋଲି କୁହାଯାଇଛି।
ଗତବର୍ଷ ରିପୋର୍ଟରେ ଭୋକିଲା ଲୋକଙ୍କ ସଂଖ୍ୟା ୮୨ କୋଟି ରହିଥିଲା। ହେଲେ ଚୀନ୍ ଏହି ସଂଖ୍ୟା ସଂଶୋଧନ କରିବା ପରେ ଭୋକିଲା ଲୋକଙ୍କ ସଂଖ୍ୟାରେ ପରିବର୍ତ୍ତନ ହୋଇଛି।
The post ‘ପ୍ରତି ୯ ଜଣରେ ଜଣେ ଭୋକିଲା ରହୁଛନ୍ତି’ appeared first on Odisha Reporter.
from Odisha Reporter https://ift.tt/2CwpNwQ
No comments:
Post a Comment