ସଂପୂର୍ଣ୍ଣ ଓ ଶୀଘ୍ର ସେନା ପ୍ରତ୍ୟାହାର ପାଇଁ ଭାରତ-ଚାଇନା ରାଜି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 24, 2020

ସଂପୂର୍ଣ୍ଣ ଓ ଶୀଘ୍ର ସେନା ପ୍ରତ୍ୟାହାର ପାଇଁ ଭାରତ-ଚାଇନା ରାଜି

ନୂଆଦିଲ୍ଲୀ: ଭାରତ ଓ ଚାଇନା ମଧ୍ୟରେ ଚାଲିଥିବା ସୀମା ବିବାଦକୁ ନେଇ ପ୍ରତିଦିନ ନୂଆନୂଆ ଖବର ଆସିବାରେ ଲାଗିଛି। ଆଜି ଆସିଥିବା ଖବର ଅନୁଯାୟୀ, ସୀମାର ସବୁ ସ୍ଥାନରେ ସଂପୂର୍ଣ୍ଣ ଓ ଶୀଘ୍ର ଡିସଏନଗେଜ୍‌ମେଣ୍ଟ କରିବାକୁ ଉଭୟ ଦେଶ ସହମତି ପ୍ରକାଶ କରିଛନ୍ତି।

ଚାଇନା ଗଲୱାନ ଭ୍ୟାଲିରୁ ସେନା ପଛକୁ ହଟାଇଥିବା ବେଳେ ଫିଙ୍ଗର ୪ରୁ ୮ ସହ ଆଉ କିଛି ସ୍ଥାନରେ ପୂର୍ବବତ ନିଜର ଆଡ୍ଡା ଜମାଇ ରହିଥିଲା। ତେଣୁ ଚାଇନା ଏଲଏସିର ସବୁ ସ୍ଥାନରୁ ପଛକୁ ହଟୁ ବୋଲି ଭାରତ ଦାବି କରିଥିଲା। ଏନେଇ ଶୁକ୍ରବାର ଉଭୟ ଦେଶ ମଧ୍ୟରେ ବୈଠକ ବସିଥିଲା। ବୈଠକରେ ସେନା ପ୍ରତ୍ୟାହାର ପାଇଁ ଉଭୟ ଦେଶ ରାଜି ହୋଇଥିବା ଖବର ମିଳିଛି।

ଚାଇନା ସହ ହୋଇଥିବା ଭର୍ଚ୍ୟୁଆଲ ବୈଠକର ନେତୃତ୍ୱ ଭାରତ ପକ୍ଷରୁ ବୈଦେଶିକ ମନ୍ତ୍ରଣାଳୟର ଯୁଗ୍ମ ସଚିବ(ପୂର୍ବ ଏସିଆ) ନବୀନ ଶ୍ରୀବାସ୍ତବ ନେଇଥିଲେ। ସେ ପ୍ରଥମେ ଇଷ୍ଟର୍ଣ୍ଣ ଲଦାଖରେ ହୋଇଥିବା ଡିସଏନଗେଜମେଣ୍ଟର ସ୍ଥିତି ସମୀକ୍ଷା କରିଥିଲେ। ଏହାପରେ ଭାରତ ପକ୍ଷରୁ କୁହାଯାଇଥିଲା ଯେ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଶାନ୍ତି ଓ ସ୍ଥିରତା ନିହାତି ଜରୁରୀ।

ସୂତ୍ର ଅନୁସାରେ, ଗଲୱାନ ଭ୍ୟାଲି ଓ ଏହାର ଆଖପାଖ ଅଞ୍ଚଳରେ ପ୍ରାୟତଃ ଡିସଏନଗେଜମେଣ୍ଟ ପ୍ରକ୍ରିୟା ଶେଷ ହୋଇଯାଇଛି। କିନ୍ତୁ ପାଙ୍ଗୋଙ୍ଗ ଟିଏସଓ ଏବଂ ହଟସ୍ପ୍ରିଙ୍ଗ ଅଞ୍ଚଳରେ ଏହି ପ୍ରକ୍ରିୟା ଧିମେଇ ଯାଇଥିବାରୁ ଭାରତ ଚିନ୍ତା ପ୍ରକଟ କରିଛି। ତେଣୁ ବୈଠକ ବେଳେ ଭାରତ ପକ୍ଷରୁ ପୂର୍ବରୁ ଚାଇନା ସହ କମାଣ୍ଡର ସ୍ତରୀୟ ଆଲୋଚନା ବେଳେ ହୋଇଥିବା ବୁଝାମଣାକୁ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହାପରେ ଚାଇନା ବିଭିନ୍ନ ସ୍ଥାନରୁ ଡିସଏନଗେଜମେଣ୍ଟ କରିବ ବୋଲି କହିଛି। ସେହିପରି ଆଗକୁ ପୁଣିଥରେ ଭାରତ ଓ ଚାଇନା ମଧ୍ୟରେ ବୈଠକ ହେବ।

The post ସଂପୂର୍ଣ୍ଣ ଓ ଶୀଘ୍ର ସେନା ପ୍ରତ୍ୟାହାର ପାଇଁ ଭାରତ-ଚାଇନା ରାଜି appeared first on Odisha Reporter.



from Odisha Reporter https://ift.tt/2E8WcKv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages