ଭଞ୍ଜନଗର(ରାଜେଶ କୁମାର ପଣ୍ଡା): କରୋନା ପରି ମହାମାରୀ ବିରୋଧରେ ଚାଲିଥିବା ଲଢ଼େଇ କରୁ କରୁ ବହୁ ଆଗ ଧାଡ଼ିର ଯୋଦ୍ଧା ମଧ୍ୟ ପ୍ରାଣ ହରାଉଛନ୍ତି। ଏହିପରି ଯୋଦ୍ଧା ସାଜିଥିବା ଜଣେ ସରପଞ୍ଚଙ୍କ ମୃତ୍ୟୁ ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯାଇ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ଏପରି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବେଳଗୁଣ୍ଠା ବ୍ଲକ ଧୁମୁଛାଇ ପଞ୍ଚାୟତରେ।
ଧୁମୁଛାଇ ପଞ୍ଚାୟତ ସରପଞ୍ଚ ମନୋଜ ପ୍ରଧାନଙ୍କର ଗୁରୁବାର ରାତିରେ ମୃତ୍ୟୁ ହୋଇଥିଲା। ସେ ଗତ କିଛି ଦିନ ପୂର୍ବରୁ ଅସୁସ୍ଥ ଥିଲେ। ଗୁରୁବାର ରାତିରେ ଶ୍ୱାସ ନେବାରେ ଅସୁବିଧା ହେବାରୁ ତାଙ୍କୁ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।
ମନୋଜଙ୍କର କରୋନା ଲକ୍ଷଣ ଥିବାରୁ ତାଙ୍କର କୋଭିଡ ଆଣ୍ଟିଜେନ ଟେଷ୍ଟ କରାଯାଇଥିଲା। ରିପୋର୍ଟ ନେଗେଟିଭ ଆସିବା ପରେ ଶବ ବ୍ୟବଚ୍ଛେଦ କରାଯାଇଥିଲା। ଭଞ୍ଜନଗରର ସମସ୍ତ ପ୍ରଶାସନିକ ଅଧିକାରୀ ଓ ପୁଲିସ୍ ଉପସ୍ଥିତିରେ ମର ଶରୀରକୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯିବା ପରେ ଗ୍ରାମକୁ ଅଣାଯାଇଥିଲା। ମରଶରୀରକୁ ଗ୍ରାମ ପରିକ୍ରମା କରାଯାଇ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ମନୋଜଙ୍କ ମୃତ୍ୟୁ ପରେ ଗାଁରେ ଶୋକର ଛାୟା ଖେଳି ଯାଇଛି।
The post କରୋନା ଯୋଦ୍ଧା ସାଜି ଆଖି ବୁଜିଲେ ସରପଞ୍ଚ, ଦିଆଗଲା ରାଷ୍ଟ୍ରୀୟ ମର୍ଯ୍ୟାଦା appeared first on Odisha Reporter.
from Odisha Reporter https://ift.tt/3jCuG8p
No comments:
Post a Comment