ଲୋକ ମାନୁ ନାହାନ୍ତି କରୋନା କଟକଣା; ତହସିଲଦାରଙ୍କ ଆଖିରେ ଲୁହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 24, 2020

ଲୋକ ମାନୁ ନାହାନ୍ତି କରୋନା କଟକଣା; ତହସିଲଦାରଙ୍କ ଆଖିରେ ଲୁହ

ମୋହନା(ମିହିର ଯତି): କରୋନା ପରି ମହାମାରୀ ବିରୋଧରେ ଚାଲିଥିବା ଲଢ଼େଇରେ ଆଗ ଧାଡ଼ିର ଯୋଦ୍ଧା ସାଜିଥିବା ଜଣେ ପ୍ରଶାସନିକ ଅଧିକାରୀଙ୍କ ଆଖିରେ ଲୁହ।  କରୋନା ରୂପି ରାକ୍ଷାସର ଭୟଙ୍କର ରୂପ ଦେଖି ମଧ୍ୟ ସୁଧୁରୁ ନାହାନ୍ତି ଲୋକେ । କରୋନା କଟକଣାକୁ  ହାଲକା ଭାବେ ନେଉଥିବାରୁ ବହୁ ଜୀବନ ବିପଦକୁ ଠେଲି ହୋଇ ଯାଉଛି। କରୋନା ପରି ମହାମାରୀ ବିରୋଧରେ ଚାଲିଥିବା ଲଢ଼େଇରେ ଆଗ ଧାଡ଼ିର ଯୋଦ୍ଧା ସାଜି ବହୁ ଜୀବନ ଯାଉଥିବା ବେଳେ ଚେତୁ ନାହାନ୍ତି ଲୋକ।  ଏପରି ଘଡ଼ିସନ୍ଧି ସମୟରେ ଲୋକଙ୍କୁ କରୋନାର ଭୟାବହତା ସମ୍ପର୍କରେ ସଚେତନ କରୁ କରୁ କାନ୍ଦି ପକାଇଲେ ତହସିଲଦାର। ମାଇକ୍‌ ଯୋଗେ ଲୋକଙ୍କୁ ସଚେତନ କରୁ କରୁ ତହସିଲଦାରଙ୍କ ଆଖିରୁ ବହି ଆସିଲା ଅମାନିଆ ଲୁହ ।

ଗଜପତି ଜିଲ୍ଲା ମୋହନା ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀ ମାଇକ୍ ଯୋଗେ ଲୋକଙ୍କୁ ସଚେତନ କରିବା ବେଳେ କୋହ ସମ୍ଭାଳି ନପାରି କାନ୍ଦି ପକାଇଥିବା ଦେଖିବାକୁ ମିଳିଛି। ଲୋକମାନେ କରୋନା କଟକଣା ମାନୁ ନଥିବାରୁ ସେ କୋହଭରା କଣ୍ଠରେ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରୁ କରୁ ବାହାରି ଆସିଲା ତାଙ୍କ କୋହ।

ଅନ୍ୟପକ୍ଷରେ ମୋହନାରେ ୩ ଜଣ କରୋନା ଯୋଦ୍ଧା କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଗତକାଲି ବ୍ଲକ୍ ମୁଖ୍ୟାଳୟକୁ ୪ ଦିନ ପାଇଁ ଶଟ୍‌ଡାଉନ ଘୋଷଣା କରାଯାଇଛି। ମୋହନା ମୁଖ୍ୟ ବଜାର ସହ ସମସ୍ତ ସାହିରେ ମଙ୍ଗଳବାର ସକାଳ ୮ଟା ଯାଏ ଶଟଡାଉନ କଟକଣା ବଳବତ୍ତର ରହିବ। ଶଟଡାଉନ୍‌ ସମୟରେ ମେଡିସିନ ଦୋକାନ ଓ ଅତ୍ୟାବଶ୍ୟକୀୟ ସେବା ବ୍ୟତୀତ ସମସ୍ତ ଦୋକାନ ବଜାର ବନ୍ଦ ରହିବ।

ସୂଚନାଯୋଗ୍ୟ,କରୋନା ରୂପି ରାକ୍ଷାସ ଦେଖୁ ଦେଖୁ ହସଖୁସିର ପରିବାରକୁ ଛାରଖାର କରି ଦେଉଛି। ଆଖି ପିଛୁଳାକେ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା। ସାମାନ୍ୟ ଅସାବଧାନତା ହେତୁ କରୋନା ଦ୍ୱାରା କବଳିତ ହେଉଛନ୍ତି ନିରୀହ ଲୋକ। ଏହାସତ୍ତ୍ୱେ ଅନାମିଆ ଲୋକେ ସୁଧୁରୁ ନାହାନ୍ତି।

ଗଜପତି ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୧୯ରେ ପହଞ୍ଚିଛି। ସେଥିମଧ୍ୟରୁ ୫୯୦ ସୁସ୍ଥ ହୋଇ ସାରିଲେଣି। ୨୨୨ ଜଣ ବିଭିନ୍ନ ହସପିଟାଲରେ ଚିକିତ୍ସିତ ହେଉଛନ୍ତି।

The post ଲୋକ ମାନୁ ନାହାନ୍ତି କରୋନା କଟକଣା; ତହସିଲଦାରଙ୍କ ଆଖିରେ ଲୁହ appeared first on Odisha Reporter.



from Odisha Reporter https://ift.tt/3hE06JJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages