ଅନେକ ସମୟରେ ସେମିତି କିଛି ବଡ଼ କାରଣ ନଥିଲେ ହେଁ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଭୁଲ୍ ବୁଝାମଣା ହୁଏ ଓ ଘରେ ଅଶାନ୍ତିର ବାତାବରଣ ଲାଗି ରହେ। ବେଳେ ବେଳେ କଥା କଳି, ଝଗଡ଼ା ପର୍ଯ୍ୟନ୍ତ ଯାଏ। ଏଭଳି ସମସ୍ୟା ଲାଗି ରହୁଥିଲେ ବେଡ୍ରୁମ୍ର ବାସ୍ତୁ ପ୍ରତି ଟିକେ ନଜର ଦେବା ଜରୁରୀ। ହୋଇପାରେ ଏହା ବେଡ୍ରୁମ୍ର ବାସ୍ତୁଦୋଷ ଯୋଗୁ ହେଉଥିବ। ଏନେଇ ବିଶେଷଜ୍ଞଙ୍କ ପରାମର୍ଶ ନେଇପାରନ୍ତି। ତେବେ ସାଧାରଣତଃ ବାସ୍ତୁ ଦୃଷ୍ଟିକୋଣରୁ ବେଡ୍ରୁମ୍ କେଉଁ ଦିଗରେ ରହିବା ଉଚିତ୍, କେମିତି ଆକାରର ହେବା ଉଚିତ୍, ଏଥିରେ କ’ଣ ରହିବା ଉଚିତ୍ ଓ କ’ଣ ରହିବା ଉଚିତ୍ ନୁହେଁ, ଆସନ୍ତୁ ସେ ବିଷୟରେ ଜାଣି ନେବା।
୧. ଘରର ମୁଖ୍ୟ ବା ମାଷ୍ଟର ବେଡ୍ରୁମ୍କୁ ସର୍ବଦା ଦକ୍ଷିଣ କିମ୍ବା ଦକ୍ଷିଣ-ପଶ୍ଚିମ ଦିଗରେ ରଖନ୍ତୁ। ଏହାକୁ ଅନ୍ୟ ଦିଗରେ ରଖିଲେ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇଥାଏ ଏବଂ ଘରେ ନକାରାତ୍ମକ ଶକ୍ତି ପ୍ରବେଶ କରିଥାଏ।
୨. ବେଡ୍ରୁମ୍କୁ ସର୍ବଦା ରେଗୁଲାର ଶେପ୍ରେ ତିଆରି କରନ୍ତୁ। ଏଥିରେ ଅଯଥା ଅଧିକ କୋଣ ବା କଟ୍ ରଖନ୍ତୁ ନାହିଁ।
୩. ବେଡ୍ରୁମ୍ରେ କୌଣସି ଧାତୁର ବେଡ୍ ରଖନ୍ତୁ ନାହିଁ। ଏହା ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ କଳହ ସୃଷ୍ଟି କରିଥାଏ।
୪. ଦୁଇଟି ଯୋଡ଼ା ବେଡ୍ ପକାନ୍ତୁ ନାହିଁ।
୫. ବେଡ୍କୁ ରୁମ୍ର ଦ୍ୱାର ସମ୍ମୁଖରେ ରଖନ୍ତୁ ନାହିଁ।
୬. ବେଡ୍ରୁମ୍ କାନ୍ଥରେ ହାଲ୍କା ରଙ୍ଗ ଦିଅନ୍ତୁ।
୭. ବାସ୍ତୁଶାସ୍ତ୍ର ଅନୁସାରେ ସ୍ତ୍ରୀ ସର୍ବଦା ସ୍ୱାମୀର ବାମ ପଟରେ ହିଁ ଶୋଇବା ଉଚିତ୍। ଏହା ସେମାନଙ୍କ ସଂପର୍କକୁ ଉତ୍ତମ ରଖେ।
୮. ଦର୍ପଣକୁ ବେଡ୍ ସାମ୍ନାରେ ରଖନ୍ତୁ ନାହିଁ। ସେହିପରି ବେଡ୍ରୁମ୍ରେ ଆଦୌ ବଡ ଦର୍ପଣ ରଖନ୍ତୁ ନାହିଁ। ଏପରି କରିବା ଦ୍ୱାରା ସ୍ୱାମୀସ୍ତ୍ରୀଙ୍କ ସଂପର୍କରେ ଫାଟ ସୃଷ୍ଟି ହୋଇଥାଏ।
୯. ବେଡ୍ରୁମ୍ର ଉତ୍ତର-ପୂର୍ବ କୋଣକୁ ଖାଲି ଛାଡ଼ନ୍ତୁ ନାହିଁ। ଏହି କୋଣରେ ଧଳା ଫୁଲ ରଖନ୍ତୁ। ସେହିପରି ଦକ୍ଷିଣ-ପଶ୍ଚିମ କୋଣରେ ଲାଲ ରଙ୍ଗର ଗୋଲାପ ଫୁଲ ରଖନ୍ତୁ। ଏହା ସକାରାତ୍ମକ ଶକ୍ତି ସୃଷ୍ଟି କରିବା ସହିତ ସ୍ୱାମୀସ୍ତ୍ରୀଙ୍କ ସଂପର୍କକୁ ମଧୁର ରଖେ।
୧୦. ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ବଜାୟ ରଖିବା ପାଇଁ ବେଡ୍ରୁମକୁ ସର୍ବଦା ସଫା ରଖନ୍ତୁ।
୧୧. ବେଡ୍ରୁମ୍ରେ ଗୋଟିଏ ଠେକୁଆ କିମ୍ବା ବତକ ଥିବା ଫଟୋ ଲଗାନ୍ତୁ ନାହିଁ। ଯଦି ଲଗାଇବେ, ତା’ହେଲେ ଉକ୍ତ ଫଟୋରେ ଦୁଇଟି ବତକ ବା ଦୁଇଟି ଠେକୁଆ ରହିବା ଜରୁରୀ। କାରଣ ଏହା ପ୍ରେମର ପ୍ରତୀକ।
୧୨. କୌଣସି ଦେବାଦେବୀଙ୍କ ମୂର୍ତ୍ତି ବା ଫଟୋକୁ ବେଡ୍ରୁମ୍ରେ ରଖନ୍ତୁ ନାହିଁ।
୧୩. ଯଦି ବେଡ୍ରୁମ୍ରେ ଫ୍ୟାମିଲି ଫଟୋ ଲଗାଇବାକୁ ଚାହୁଁଛନ୍ତି, ତା’ହେଲେ ଦକ୍ଷିଣ-ପଶ୍ଚିମ ଦିଗରେ ଲଗାନ୍ତୁ। କେବଳ ଦମ୍ପତିଙ୍କ ଫଟୋ ହୋଇଥିଲେ, ପଶ୍ଚିମ ଦିଗରେ ଲଗାନ୍ତୁ।
ଏସବୁ କରିବା ଦ୍ୱାରା ସ୍ୱାମୀସ୍ତ୍ରୀଙ୍କ ସମ୍ପର୍କ ଦୃଢ଼ ହେବା ସହ ଘରେ ହସଖୁସିର ବାତାବରଣ ରହିଥାଏ।
The post ସ୍ୱାମୀସ୍ତ୍ରୀଙ୍କ ସଂପର୍କକୁ ମଧୁର କରେ ଏହି ୧୩ଟି ବାସ୍ତୁ ଟିପ୍ସ appeared first on Odisha Reporter.
from Odisha Reporter https://ift.tt/2CxHWKJ
No comments:
Post a Comment