ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେତେବେଳେ ଗଛ ଲଗାଉଛନ୍ତି, ଆଉ କେତେବେଳେ ପିଲାମାନଙ୍କୁ ଚକୋଲେଟ୍ ବାଣ୍ଟୁଛନ୍ତି। ପୁଣି କେତେବେଳେ ଗରିବ ଲୋକମାନଙ୍କୁ ଖାଦ୍ୟ ଯୋଗାଉଛନ୍ତି। ବିବାହ ପରେ ତଥା ଲକ୍ଡାଉନ୍ ବେଳେ ନିଜର ସମସ୍ତ ସମୟ ପରିବାରକୁ ଦେବା ସହିତ ଏମିତି କିଛି କାମରେ ନିଜକୁ ନିୟୋଜିତ ରଖିଛନ୍ତି ଓଲିଉଡ୍ ଅଭିନେତ୍ରୀ ଝିଲିକ୍ ଭଟ୍ଟାଚାର୍ଯ୍ୟ।
ନିକଟରେ ଝିଲିକ୍ ଛୋଟ ପିଲାଙ୍କୁ ଖାଇବା ବାଣ୍ଟିବାର ଦେଖିବାକୁ ମିଳିଥିଲା। ଏହାର ଫଟୋ ଝିଲିକ୍ ତାଙ୍କ ଇନ୍ଷ୍ଟାଗ୍ରାମ୍ରେ ଶେଆର କରିଛନ୍ତି। ଫଟୋ ଶେଆର କରି ଝିଲିକ୍ ଲେଖିଛନ୍ତି, ଆମ ସମସ୍ତଙ୍କର ଗୋଟିଏ ଧର୍ମ ରହିବା ଦରକାର। ସେଇଟା ହେଉଛି- ସମସ୍ତଙ୍କ ପାଇଁ ଭଲ କରିବା ଏବଂ ଖୁସି ବାଣ୍ଟିବା।
ତାଙ୍କର ଏହି ପୋଷ୍ଟ ଦେଖି କିଛି ଲୋକ କହିଛନ୍ତି- ଯେତେବେଳେ ଆପଣ କାହାକୁ ସାହାଯ୍ୟ କରିବାକୁ ଯାଉଛନ୍ତି, ସେତେବେଳେ କ୍ୟାମେରାକୁ ଘରେ ରଖି ଦେଇ ଯାଆନ୍ତୁ।
ଆଉ କିଛି ଲୋକ ଏହି ପୋଷ୍ଟ ଦେଖି ଝିଲିକ୍ ଭଟ୍ଟାଚାର୍ଯ୍ୟ କେବେ ରାଜନୀତିରେ ମିଶିବେ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି। ତେବେ ଆଉ କେହି କେହି ମହାମାରୀ ସମୟରେ ଝିଲିକ୍ ଲୋକମାନଙ୍କୁ ସାହାଯ୍ୟ କରୁଥିବାରୁ ଖୁସି ପ୍ରକଟ କରିଛନ୍ତି।
ସୂଚନାଯୋଗ୍ୟ, ‘ଓଲେ ଓଲେ ଦିଲ୍ ବୋଲେ’, ‘ତମକୁ ଦେଖିଲା ପରେ’, ‘ଜବରଦସ୍ତ ପ୍ରେମିକ’, ‘ଅଗସ୍ତ୍ୟ’, ‘ଲଭ୍ ୟୁ ହମେସା’, ‘ଜଗା ହାତରେ ପଘା’ ଆଦି ଫିଲ୍ମରେ କାମ କରିଛନ୍ତି ଝିଲିକ୍। ଚଳିତ ବର୍ଷ ମାର୍ଚ୍ଚ ୧୧ ତାରିଖରେ ସୁକିନ୍ଦା ବିଧାୟକ ତଥା ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇଙ୍କ ପୁଅ ପ୍ରୀତିରଞ୍ଜନ ଘଡ଼େଇଙ୍କୁ ଝିଲିକ୍ ବିବାହ କରିଛନ୍ତି ।
The post ସୋଶାଲ୍ ମିଡିଆ ପୋଷ୍ଟ୍ ଦେଖି ଝିଲିକ୍ଙ୍କୁ ସମାଲୋଚନା, କହିଲେ- ଘରେ କ୍ୟାମେରା ରଖି ଆସ appeared first on Odisha Reporter.
from Odisha Reporter https://ift.tt/39eAIaz
No comments:
Post a Comment