ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲକ୍ଡାଉନ୍ ସମୟରେ ରାଜ୍ୟରେ କମିଛି ସଡ଼କ ଦୁର୍ଘଟଣା ଓ ଦୁର୍ଘଟଣା ଜନିତ ମୃତ୍ୟୁ। ମାର୍ଚ୍ଚ ୨୪ ତାରିଖରୁ ମେ’ ୩୧ ତାରିଖ ମଧ୍ୟରେ ୬୫ ପ୍ରତିଶତ ଦୁର୍ଘଟଣାଜନିତ ମୃତ୍ୟୁ ହ୍ରାସ ପାଇଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ମାର୍ଚ୍ଚ ୨୪ ତାରିଖରୁ ମେ’ ୩୧ ତାରିଖ ମଧ୍ୟରେ ବିଭିନ୍ନ ସ୍ଥାନରେ ହୋଇଥିବା ସଡ଼କ ଦୁର୍ଘଟଣାରେ ୩୮୪ ଜଣଙ୍କ ମୃତ୍ୟୁ ହୋଇଛି। ୮୩୬ଟି ଦୁର୍ଘଟଣା ହୋଇଥିବା ବେଳେ ୭୨୨ ଜଣ ଆହତ ହୋଇଛନ୍ତି।
୨୦୧୯ ମସିହାରେ ଏହି ସମୟରେ ୨, ୧୭୫ଜଣ ଦୁର୍ଘଟଣାରେ ଆହତ ହୋଇଥିଲେ। ଏହାସହ ୧୦୮୭ ଜଣଙ୍କର ସଡ଼କ ଦୁର୍ଘଟଣାରେ ଜୀବନ ଯାଇଥିଲା।
The post ଲକ୍ଡାଉନ୍ ଇମ୍ପାକ୍ଟ; ୨ ମାସରେ କମିଛି ୬୫ % ଦୁର୍ଘଟଣା appeared first on Odisha Reporter.
from Odisha Reporter https://ift.tt/39p1g9o
No comments:
Post a Comment