ମୁଖ୍ୟମନ୍ତ୍ରୀଙ୍କ ଘର ଆଗରେ କରୋନା ଆକ୍ରାନ୍ତ, କହିଲେ ହସ୍ପିଟାଲରେ ବେଡ୍ ନାହିଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 16, 2020

ମୁଖ୍ୟମନ୍ତ୍ରୀଙ୍କ ଘର ଆଗରେ କରୋନା ଆକ୍ରାନ୍ତ, କହିଲେ ହସ୍ପିଟାଲରେ ବେଡ୍ ନାହିଁ

ବେଙ୍ଗାଲୁରୁ: “ମୁଁ କରୋନାରେ ଆକ୍ରାନ୍ତ। ମୋ ପୁଅକୁ ଜ୍ୱର। ମୋ ପାଖରେ ପଇସା ନାହିଁ। ହସ୍ପିଟାଲରେ ବେଡ୍ ମିଳୁନି”। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ୟୁରପ୍ପାଙ୍କ ସରକାରୀ ବାସଭବନ ଆଗରେ ଜଣେ ଯୁବକ ସ୍ତ୍ରୀ, ପୁଲା ଛୁଆକୁ ସାଙ୍ଗରେ ଧରି ଏଭଳି ଆକୁଳ ନିବେଦନ କରିଥିବା ସୂଚନା ରହିଛି। ଗୁରୁବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ଏଭଳି ନାଟକୀୟ ସ୍ଥିତି ଦେଖିବାକୁ ମିଳିଥିଲା। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଘୁରି ବୁଲୁଛି। କହି ରଖୁଛୁ, କର୍ଣ୍ଣାଟକରେ ଲଗାତାର ପାଞ୍ଚ ଦିନ ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।

ତେବେ ମୁଖ୍ୟମନ୍ତ୍ରୀଙ୍କର ଜଣେ ନିକଟତମ ବ୍ୟକ୍ତି କହିଛନ୍ତି, ରାଜ୍ୟରେ ଆକ୍ରାନ୍ତଙ୍କ ପାଇଁ ହସ୍ପିଟାଲରେ ପର୍ଯ୍ୟାପ୍ତ ବେଡ୍ ରହିଛି। ଯୁବକ ଜଣକ ହସ୍ପିଟାଲକୁ ନଯାଇ ସିଧା ମୁଖ୍ୟମନ୍ତ୍ରୀଙ୍କ ଘର ଆଗକୁ ଆସି ଏଭଳି ଅଭିଯୋଗ କରିଛନ୍ତି। ଏମିତିକି ଆକ୍ରାନ୍ତଙ୍କ ପାଖରେ ପଇସା ନଥିଲା ବୋଲି ସେ କହିଛନ୍ତି।

ଯୁବକ ଜଣଙ୍କ ତାଙ୍କ ସ୍ତ୍ରୀ ଏବଂ ଦୁଇ ଛୁଆକୁ ରାସ୍ତାରେ ଧରି ବେଡ୍ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏଭଳି କହିଥିବା ସେ କହିଛନ୍ତି। ତେବେ ସଙ୍ଗେସଙ୍ଗେ ଏକ ଆମ୍ୱୁଲାନ୍ସ ବନ୍ଦୋବସ୍ଥ କରାଯାଇ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ମୁଖ୍ୟମନ୍ତ୍ରୀଙ୍କ ନିକଟତମ ବ୍ୟକ୍ତି କହିଛନ୍ତି।

The post ମୁଖ୍ୟମନ୍ତ୍ରୀଙ୍କ ଘର ଆଗରେ କରୋନା ଆକ୍ରାନ୍ତ, କହିଲେ ହସ୍ପିଟାଲରେ ବେଡ୍ ନାହିଁ appeared first on Odisha Reporter.



from Odisha Reporter https://ift.tt/2Bb6p8i

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages