ବିଡିଏର ଦୋମୁହାଁ ନୀତି; ୨୩ ‍‍ବର୍ଷ ପୂର୍ବେ ନିର୍ମାଣ ଅନୁମତି ଦେଇ ଏବେ ଉଚ୍ଛେଦ ନୋଟିସ୍‌ ଧରାଉଛି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 16, 2020

ବିଡିଏର ଦୋମୁହାଁ ନୀତି; ୨୩ ‍‍ବର୍ଷ ପୂର୍ବେ ନିର୍ମାଣ ଅନୁମତି ଦେଇ ଏବେ ଉଚ୍ଛେଦ ନୋଟିସ୍‌ ଧରାଉଛି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୩ ବର୍ଷ ପୂର୍ବେ ଯେଉଁ ପ୍ଲଟରେ ଆପାର୍ଟମେଣ୍ଟ ନିର୍ମାଣ ପାଇଁ ଅନୁମତି ଦେଇଥିଲା ଏବେ ସେହି ଆପାର୍ଟମେଣ୍ଟର ପାଚେରୀ ଭାଙ୍ଗିବାକୁ ସଜବାଜ ହେଉଛି ବିଡିଏ । ବିଡିଏର ଏପରି ଦୋ ମୁହାଁ ନୀତିକୁ ବିରୋଧ କରିଛନ୍ତି  ଆପାର୍ଟମେଣ୍ଟ ବାସିନ୍ଦା ।  ଭୁବନେଶ୍ୱର ନାଗେଶ୍ୱରଟାଙ୍ଗୀ ବିବେକାନନ୍ଦ ରୋଡରେ ଥିବା ମାୟାପୁରୀ ଆପାର୍ଟମେଣ୍ଟ ବାସିନ୍ଦା ବିଡିଏ ବିରୋଧରେ ଏପରି ସଙ୍ଗୀନ ଅଭିଯୋଗ କରିଛନ୍ତି ।

ଅଭିଯୋଗ ଅନୁସାରେ, ୧୯୯୭ ମସିହାରେ  ଉକ୍ତ ପ୍ଲଟରେ ଆପାର୍ଟମେଣ୍ଟ ନିର୍ମାଣ ପାଇଁ ଅନୁମତି ଦେଇଥିଲା ବିଡିଏ। ହେଲେ  ଏବେ ହଠାତ୍‌ ୨୩ ବର୍ଷ ପରେ ପହଞ୍ଚି ଆପାର୍ଟମେଣ୍ଟର ପାଚେରୀ ଭଙ୍ଗାଯିବ ବୋଲି ନୋଟିସ୍‌ ଦେଇଛି। ଉକ୍ତ ପ୍ଲଟକୁ ଲାଗି ୨୦ ଫୁଟର ରାସ୍ତା ଯାଇଥିବା କହୁଛି ବିଡିଏ। ତେଣୁ ଆପାର୍ଟମେଣ୍ଟର ପାଚେରୀ ଭଙ୍ଗାଯିବ ବୋଲି ବିଡିଏର ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ନୋଟିସ୍ ଦେଇଛି । ଏ ସମ୍ପର୍କରେ ୨୩ ବର୍ଷ ପୂର୍ବରୁ କିପରି ବିଡିଏ ଜାଣି ପାରିଲା ନାହିଁ, ନା ଜାଣୁଶୁଣି ସେତେବେଳେ ଅନୁମତି ଦେଇଥିଲା ସେ ସମ୍ପର୍କରେ ସନ୍ଦେହ ସୃଷ୍ଟି ହେଉଛି।

ଉଚ୍ଛେଦର ମାତ୍ର ଗୋଟିଏ ଦିନ ପୂର୍ବରୁ ବିଡିଏ ନୋଟିସ୍ ଦେଇଥିବାରୁ ଏହା ବିଡିଏର ମନମୁଖୀ ନୀତି ବୋଲି  ଆପାର୍ଟମେଣ୍ଟ ବାସିନ୍ଦା ଅଭିଯୋଗ କରିଛନ୍ତି । ସେପଟେ ଆପାର୍ଟମେଣ୍ଟ ବାସିନ୍ଦା ଏନେଇ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ସୋମବାର ଦିନ ଏହି ମାମଲାର ଶୁଣାଣି କରିବାକୁ ସ୍ଥିର କରିଛନ୍ତି କୋର୍ଟ ।

ଏ ସମ୍ପର୍କରେ ଆପାର୍ଟମେଣ୍ଟ ବାସିନ୍ଦା ସଦାଶିବ ମହାପାତ୍ର କହିଛନ୍ତି, ଆମେ କାଗଜପତ୍ର ଦେଖି ଏଠାରେ ଫ୍ଲାଟ୍‌ ନେଇଥିଲୁ। ଆଜି ହଠାତ୍‌ ବିଡିଏ ଗାଡ଼ି ଆସି  ପାଚେରୀ ଭାଙ୍ଗିବାକୁ ଘୋଷଣା କରି ଯାଇଛନ୍ତି। ଆମେ ଏ ବିଷୟରେ କିଛି ଜାଣିନୁ, କ’ଣ ପାଇଁ ଭାଙ୍ଗୁଛନ୍ତି। ପଚାରିବାକୁ ସରକାରୀ ଜାଗା ଥିବାରୁ ଭଙ୍ଗା ଯିବ ବୋଲି କହିଛନ୍ତି।

୨୩ ବର୍ଷ ପୂର୍ବେ ନିର୍ମାଣ ନିମନ୍ତେ ଅନୁମତି ଦେଇଥିବା ବେଳେ ଏବେ ଉଚ୍ଛେଦ ନୋଟିସ୍‌ ଧରାଇବା ଘଟଣାକୁ ସହଜେ ହଜମ କରି ପାରୁ ନାହାନ୍ତି ଆପାର୍ଟମେଣ୍ଟ ବାସିନ୍ଦା। ଏ ସମ୍ପର୍କରେ ବିଡିଏ ଅଧିକାରୀଙ୍କ ମତାମତ ମିଳି ପାରି ନାହିଁ।

The post ବିଡିଏର ଦୋମୁହାଁ ନୀତି; ୨୩ ‍‍ବର୍ଷ ପୂର୍ବେ ନିର୍ମାଣ ଅନୁମତି ଦେଇ ଏବେ ଉଚ୍ଛେଦ ନୋଟିସ୍‌ ଧରାଉଛି appeared first on Odisha Reporter.



from Odisha Reporter https://ift.tt/2Ovq2L5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages