ଘୋଡ଼ା ବେପାରର ଅଡିଓ କ୍ଲିପ ଜାରି କଲା କଂଗ୍ରେସ, ଅଡୁଆରେ କେନ୍ଦ୍ରମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 16, 2020

ଘୋଡ଼ା ବେପାରର ଅଡିଓ କ୍ଲିପ ଜାରି କଲା କଂଗ୍ରେସ, ଅଡୁଆରେ କେନ୍ଦ୍ରମନ୍ତ୍ରୀ

ଜୟପୁର: ରାଜସ୍ଥାନରେ ରାଜନୀତିକ ହଲଚଲ ଜାରି ରହିଛି। ଅପରାହ୍ନରେ ସଚିନ ପାଇଲଟ ଏବଂ ୧୮ ବିଦ୍ରୋହୀ ବିଧାୟକଙ୍କ ନାମରେ ରାଜସ୍ଥାନ ହାଇକୋର୍ଟରେ ମାମଲା ଶୁଣାଣି ହେବ। ଏହା ପୂର୍ବରୁ ଅଶୋକ ଗେହଲଟଙ୍କ ଗୋଷ୍ଠୀ ଏକ ଅଡିଓ କ୍ଲିପ ଜାରି କରିଛି। ଯେଉଁଥିରେ କଂଗ୍ରେସ ବିଧାୟକଙ୍କୁ କିଣା ବିକା ନେଇ କଥାବର୍ତ୍ତା ହେଉଥିବା କଂଗ୍ରେସ ଦାବି କରିଛି। ଜଣେ କେନ୍ଦ୍ରମନ୍ତ୍ରୀଙ୍କ ନିକଟତମ ବ୍ୟକ୍ତି କଂଗ୍ରେସର ଦୁଇ ବିଧାୟକଙ୍କ ସହିତ କିଣିବାକୁ ନେଇ କଥାବର୍ତ୍ତା ହେଉଥିବାର କଂଗ୍ରେସ ଦାବି କରିଛି। ଏହି ଅଡିଓ କ୍ଲିପ ହିନ୍ଦୀ, ଇଂରାଜୀ ଏବଂ ମାରଓ୍ୱାଡି ଭାଷାରେ ଥିବା ସୂଚନା ରହିଛି। ମୋଟ୍ ତିନୋଟି ଅଡିଓ କ୍ଲିପ ଗେହଲଟ କ୍ୟାମ୍ପ ପ୍ରେସ କନଫରେନସ କରି ଜାରି କରିଛି।

କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା କହିଛନ୍ତି ଯେ ରାଜସ୍ଥାନରେ ବିଜେପି ସରକାର ଗଢ଼ିବା ପାଇଁ ଘୋଡ଼ାବେପାର କରୁଛି। ଏହି ଷଡ଼ଯନ୍ତ୍ରରେ ସଚିନ ପାଇଲଟଙ୍କ ସମର୍ଥକ ବିଧାୟକ ରହିଛନ୍ତି। ସଚିନ ପାଇଲଟ ଆଗକୁ ଆସି ଏ ବାବଦରେ ମତ ରଖିବା ଦରକାର। ଏଥିହ ତାଙ୍କ ସମର୍ଥକ ବିଧାୟକଙ୍କ ତାଲିକା ଜାରି କରିବା ଉଚିତ। ଅଡିଓରେ କଥାବାର୍ତ୍ତା କରୁଥିବା ବିଧାୟକ ହେଲେ ଭନଓ୍ୱାଲ ଲାଲ ଶର୍ମା, ବିଶ୍ୱନ୍ଦ୍ର ସିଂହ। ଏହି ଦୁଇ ବିଦ୍ରୋହୀଙ୍କୁ କଂଗ୍ରେସ ଏବେ ନିଲମ୍ବନ କରି ବିଜ୍ଞପ୍ତି ଜାରି କରିଛି।

ଏହି ଷଡ଼ଯନ୍ତ୍ରରେ କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖୱାତ ସମ୍ପୃକ୍ତ ବୋଲି ସୁରଜେୱାଲା ଅଭିଯୋଗ କରିଛନ୍ତି। ତୁରନ୍ତ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ଏଫ୍ଆଇଆର ଦାୟର ହେବା ଉଚିତ ବୋଲି ସେ କହିଛନ୍ତି। ଦୁଇ ନିଲମ୍ୱିତ ବିଦ୍ରୋହୀ ବିଧାୟକ କିମ୍ୱା ସଚିନ ପାଇଲଟ ଏ ବାବଦରେ ମତ ରଖିନାହାନ୍ତି। ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ୱତ କହିଛନ୍ତି, ରାଜସ୍ଥାନରେ ଅନେକ ଗଜେନ୍ଦ୍ର ରହିଛନ୍ତି। ତେବେ କଂଗ୍ରେସ ଜାରି କରିଥିବା ଅଡିଓ କ୍ଲିପର ସତ୍ୟତା ଉପରେ କୌଣସି ସ୍ପଷ୍ଟ ପ୍ରମାଣ ମିଳିନି। ବିରୋଧୀ ବିଜେପି ମଧ୍ୟ ଏହି ଅଡିଓକୁ ନେଇ କୌଣସି ମତ ରଖିନି।

ସୂଚନାଯୋଗ୍ୟ, ସଚିନ ପାଇଲଟ ଏବଂ ଅନ୍ୟ ୧୮ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କ ନାମରେ ରାଜସ୍ଥାନ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ଏହି ଆବେଦନ ଆଜି ଅପରାହ୍ନ ପ୍ରାୟ ୧ଟାଏ ୩୦ରେ ଶୁଣାଣି ହେବ। ସଚିନ ପାଇଲଟ ଗତକାଲି ରାତିରେ ଆଇନ ପରାମର୍ଶ ପାଇଁ କେନ୍ଦ୍ର ସରକାରଙ୍କ ଆଇନ ଅଧିକାରୀଙ୍କ ଘରକୁ ଯାଇଥିଲେ।

ରାଜସ୍ଥାନ କଂଗ୍ରେସ ମୁଖ୍ୟ ସଚେତକ ମହେଶ ଯୋଶୀଙ୍କ ଅଭିଯୋଗ ପରେ ବାଚସ୍ପତି ସିପି ଯୋଶୀ ବୁଧବାର ସଚିନ ପାଇଲଟ ଏବଂ କଂଗ୍ରେସର ୧୮ ଜଣ ବିଦ୍ରୋହୀ ବିଧାୟକଙ୍କ ବିରୋଧରେ ନୋଟିସ ଜାରି କରିଛନ୍ତି। ସେମାନଙ୍କୁ ୧୭ ଜୁଲାଇ ଅପରାହ୍ନ ୧ଟାଏ ସୁଦ୍ଧା ଉତ୍ତର ଦେବାକୁ କୁହାଯାଇଛି। ଉତ୍ତର ପାଇବା ପରେ, ବାଚସ୍ପତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।

The post ଘୋଡ଼ା ବେପାରର ଅଡିଓ କ୍ଲିପ ଜାରି କଲା କଂଗ୍ରେସ, ଅଡୁଆରେ କେନ୍ଦ୍ରମନ୍ତ୍ରୀ appeared first on Odisha Reporter.



from Odisha Reporter https://ift.tt/30xOO39

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages