କରୋନା ସଙ୍କଟ ବେଳେ କେଜ୍ରି ସରକାରଙ୍କ ବଡ଼ ନିଷ୍ପତ୍ତି: ୮ ଟଙ୍କା ଶସ୍ତା ହେଲା ଡିଜେଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 30, 2020

କରୋନା ସଙ୍କଟ ବେଳେ କେଜ୍ରି ସରକାରଙ୍କ ବଡ଼ ନିଷ୍ପତ୍ତି: ୮ ଟଙ୍କା ଶସ୍ତା ହେଲା ଡିଜେଲ

ନୂଆଦିଲ୍ଲୀ: କରୋନା ସଙ୍କଟ ମଧ୍ୟରେ ମହଙ୍ଗା ମାଡ଼ର ଶିକାର ହେଉଥିବା ଦିଲ୍ଲୀବାସୀଙ୍କୁ ବଡ଼ ଆଶ୍ୱସ୍ତ କରିଛନ୍ତି କେଜ୍ରିୱାଲ ସରକାର। ଦିଲ୍ଲୀ ସରକାର ଆଜି ଡିଜେଲ ଉପରେ ଲାଗୁ ହେଉଥିବା ଭ୍ୟାଟକୁ ହ୍ରାସ କରିଦେଇଛନ୍ତି। ଫଳରେ ଦିଲ୍ଲୀରେ ଡିଜେଲର ଲିଟର ପିଛା ଦର ୮.୩୬ ଟଙ୍କା ହ୍ରାସ ପାଇଛି।

ପୂର୍ବରୁ ରାଜ୍ୟ ସରକାର ଡିଜେଲ ଉପରେ ୩୦% ଭ୍ୟାଟ ଲଗାଉଥିଲେ। ଏଥିପାଇଁ ଦିଲ୍ଲୀରେ ଡିଜେଲର ଲିଟର ପିଛା ଦର ୮୨ ଟଙ୍କାରେ ପହଞ୍ଚିଥିଲା। ତେବେ ଆଜି ଭ୍ୟାଟକୁ କେଜ୍ରିୱାଲ ସରକାର ୧୬.୭୫%କୁ କମାଇ ଦେଇଛନ୍ତି। ଏହାପରେ ଡିଜେଲର ଲିଟର ପିଛା ଦର ୭୩.୬୪ ଟଙ୍କା ହୋଇଯାଇଛି।

ଏ ସମ୍ପର୍କରେ ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୂଚନା ଦେଇଛନ୍ତି। ଆସନ୍ତାକାଲି ଠାରୁ ଏହି ନୂଆ ଦର ଲାଗୁ ହେବ। ଜୁଲାଇ ମାସ ଆରମ୍ଭରୁ ଦିଲ୍ଲୀରେ ଉଭୟ ପେଟ୍ରୋଲ ଓ ଡଜେଲ ଦର କ୍ରମାଗତ ଭାବେ ବୃଦ୍ଧି ପାଇବା ଆରମ୍ଭ ହୋଇଥିଲା।

ଏବେ ସୁଦ୍ଧା ଦିଲ୍ଲୀରେ ଡିଜେଲର ଲିଟର ପିଛା ଦର ୧୨.୫୫ ଟଙ୍କା ବୃଦ୍ଧି ପାଇଥିଲା। ତେବେ ଆଜି କେଜ୍ରିୱାଲ ସରକାର ଲୋକଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି।

The post କରୋନା ସଙ୍କଟ ବେଳେ କେଜ୍ରି ସରକାରଙ୍କ ବଡ଼ ନିଷ୍ପତ୍ତି: ୮ ଟଙ୍କା ଶସ୍ତା ହେଲା ଡିଜେଲ appeared first on Odisha Reporter.



from Odisha Reporter https://ift.tt/309ENdo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages