ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାର ତଦନ୍ତ ଆରମ୍ଭ କଲା କ୍ରାଇମବ୍ରାଞ୍ଚ। ପୂର୍ବରୁ ଜିଆରପି ଏହି ମାମଲାର ତଦନ୍ତ କରୁଥିବା ବେଳେ ଘଟଣା ଅଧିକ ରହସ୍ୟ ଘେରକୁ ଚ ଲି ଯାଇଥିଲା। ଫଳରେ ଆଜି ସକାଳେ ଏହି ମାମଲା କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯିବା ନେଇ ଡିଜିପି ଟ୍ୱିଟ ଯୋଗେ ସୂଚନା ଦେଇଥିଲେ। ଏହାପରେ କାଗଜ ପତ୍ର ହସ୍ତାନ୍ତର ପରେ ମାମଲାର ବିଧିବଦ୍ଧ ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ ଟିମ୍।
ଏହି ଟିମ୍ ଲିଙ୍ଗରାଜ ଷ୍ଟେସନ ଯାଇ ଛାନଭିନ୍ କରୁଛି । ଯେଉଁ ସ୍ଥାନରୁ ଆଦିତ୍ୟଙ୍କ ଶବ ମିଳିଥିଲା, ସେଠାରେ ଛାନଭିନ୍ ଆରମ୍ଭ କରିଛି ଟିମ୍।
The post ଆଦିତ୍ୟ ମୃତ୍ୟୁ ମାମଲା; ତଦନ୍ତ ଆରମ୍ଭ କଲା କ୍ରାଇମବ୍ରାଞ୍ଚ appeared first on Odisha Reporter.
from Odisha Reporter https://ift.tt/3hHK55M
No comments:
Post a Comment