ବ୍ରହ୍ମପୁର (ଜଗନ୍ନାଥ ସାହୁ): ଗଞ୍ଜାମ ଜିଲ୍ଲାରେ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଯାହା ସରକାରଙ୍କ ଚିନ୍ତାର କାରଣ ପାଲଟିଛି। ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫ ଶହ ଅତିକ୍ରମ କରିସାରିଥିବା ବେଳେ ଆଉ ୫ ଜଣ ପୁଲିସ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି।
ଏସପି କହିଛନ୍ତି ଯେ ବ୍ରହ୍ମପୁର ପୁଲିସର ୫ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଭଲ ଅଛି। ଆମେ ସେମାନଙ୍କର ଦ୍ରୁତ ଆରୋଗ୍ୟ କାମନା କରୁଛୁ।
Five Covid Warriors of Berhampur Police have tested positive. They are fine and under observation. Wish them all a speedy recovery. #Covid_Warriors #Berhampur_Police_Fights_Covid @homeodisha @CMO_Odisha @DGPOdisha @odisha_police @igpsr
— SP BERHAMPUR (@SP_BERHAMPUR) July 2, 2020
ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲାରେ ୧,୫୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧,୦୯୦ ଜଣ ସୁସ୍ଥ ହୋଇଛନ୍ତି। ୪୬୧ ଜଣ ବିଭିନ୍ନ କୋଭିଡ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି। ସେହିପରି ଜିଲ୍ଲାରେ କରୋନାରେ ୧୫ ଜଣଙ୍କ ମୃତ୍ୟୁ ଘଟିଛି।
The post ବ୍ରହ୍ମପୁରର ୫ ପୁଲିସ୍ କର୍ମଚାରୀଙ୍କୁ କରୋନା appeared first on Odisha Reporter.
from Odisha Reporter https://ift.tt/38z9g7n
No comments:
Post a Comment