ରାଉରକେଲା ଆଇଜିଏଚ୍‌‌ରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 2, 2020

ରାଉରକେଲା ଆଇଜିଏଚ୍‌‌ରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ସୁନ୍ଦରଗଡ଼ ଜିଲ୍ଲାରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେ ରାଉରକେଲା ଇସ୍ପାତ ଜେନେରାଲ ହସପିଟାଲ୍‌ (ଆଇଜିଏଚ୍‌)ରେ ଚିକିତ୍ସିତ ହେଉଥିଲେ। ସେ ଜଣେ ପୁରୁଷ ଥିଲେ ଓ ତାଙ୍କୁ ୬୪ ବର୍ଷ ହୋଇଥିଲା।

ବୁଧବାର ଦିନ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଆଇଜିଏଚରେ ଭର୍ତ୍ତି କରାଯାଇଥିଲା। ଗତକାଲି ଅପରାହ୍ଣରେ ତାଙ୍କ ସ୍ୱାବ୍ ରିପୋର୍ଟ ପଜିଟିଭ୍ ‌ଆସିଥିଲା। ଏହା ପରେ ତାଙ୍କର କରୋନା ଚିକିତ୍ସା ଆରମ୍ଭ କରାଯାଇଥିଲା। ତେବେ ଆଜି ତାଙ୍କର ମୃତ୍ୟୁ ଘଟିଛି। ତେବେ ତାଙ୍କ ମୃତ୍ୟୁ କରୋନା ଯୋଗୁ ହୋଇଛି ନା ଅନ୍ୟ କେଉଁ କାରଣରୁ ହୋଇଛି, ସେ ନେଇ କୌଣସି ସୂଚନା ମିଳିପାରିନି।

ଏହି କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ପରେ ହସ୍ପିଟାଲ୍‌ର ୩ ଜଣ ଡାକ୍ତରଙ୍କ ସମେତ ୧୧ ଜଣ ଷ୍ଟାଫ୍‌ଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଇଛି। ସେହିପରି ସମ୍ପୂର୍ଣ୍ଣ ହସ୍‌ପିଟାଲକୁ ସାନିଟାଇଜ୍ କରାଯିବ ବୋଲି ସୂଚନା ମିଳିଛି।

ମୃତକ ୧୬ ନମ୍ବର ସେକ୍ଟରରେ ରହୁଥିଲେ। ତେଣୁ ତାଙ୍କର ରିପୋର୍ଟ ପଜିଟିଭ୍ ଆସିବା ପରେ ଗତକାଲି ରାତି ୧୧ଟାରେ ୪୮ ଘଣ୍ଟା ପାଇଁ ୧୬ ନମ୍ବର ସେକ୍ଟରର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କରିଛି ରାଉରକେଲା ମହାନଗର ନିଗମ।ସେକ୍ଟର ୧୬ର କ୍ୱାର୍ଟର୍ସ ନମ୍ବର ଏ-୧ଠାରୁ ଆରମ୍ଭ କରି ଏ-୧୨ ଏବଂ ଏ-୧୩ରୁ ଆରମ୍ଭ କରି ଏ-୩୬ ପର୍ଯ୍ୟନ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଏହି ଅଞ୍ଚଳରେ ଦୋକାନ ବଜାର  ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ସମସ୍ତ ଗାଡ଼ି ଚଳାଚଳ ଉପରେ କଟକଣା ଜାରି କରାଯାଇଛି ଓ ଲୋକଙ୍କୁ ଘରେ ରହିବାକୁ କୁହାଯାଇଛି।

The post ରାଉରକେଲା ଆଇଜିଏଚ୍‌‌ରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ appeared first on Odisha Reporter.



from Odisha Reporter https://ift.tt/2YUfIlV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages