ସଙ୍ଗରୋଧ ସାରି ଘରକୁ ଫେରିଥିଲେ, ହଠାତ୍‌ ଆଖି ବୁଜିଲେ ଯୁବତୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 9, 2020

ସଙ୍ଗରୋଧ ସାରି ଘରକୁ ଫେରିଥିଲେ, ହଠାତ୍‌ ଆଖି ବୁଜିଲେ ଯୁବତୀ

ଫୁଲବାଣୀ(ତ୍ରିନାଥ ସାହୁ): ୧୪ ଦିନ ସଙ୍ଗରୋଧ କେନ୍ଦ୍ରରେ ରହିବା ପରେ ଘରକୁ ଫେରିଥିବା ଯୁବତୀଙ୍କର  ହେଲା ଅସ୍ୱାଭାବିକ ମୃତ୍ୟୁ। ।  ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ଗ୍ରାମବାସୀ ଶବ ସତ୍କାରରେ ସହଯୋଗ କରିବେ ନାହିଁ ବୋଲି ଜିଦ୍‌ରେ ଅଡ଼ି ବସିଲେ।  ଶେଷରେ ସରପଞ୍ଚ ଆଗେଇ ଆସି ଶବ ସତ୍କାରରେ ସହଯୋଗ କରିଥିଲେ ମଧ୍ୟ ମୃତା ଯୁବତୀଙ୍କ ପରିବାର ଲୋକଙ୍କ ସ୍ୱାବ ଟେଷ୍ଟ ହେବ ବୋଲି କହିଛନ୍ତି।

ସୂଚନା ମୁତାବକ, କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ସୁନାପଙ୍ଗା ଗ୍ରାମରେ ଜଣେ ଯୁବତୀଙ୍କ ଆକସ୍ମିକ ମୃତ୍ୟୁ ହୋଇଛି । ଯୁବତୀଜଣକ ଗତ ମେ ମାସ ୨୨ ତାରିଖରେ ତାମିଲନାଡୁରୁ ଫେରିଥିଲେ। ଏହାପରେ ତାଙ୍କୁ  ଫୁଲବାଣୀ ବ୍ଲକ ତୁଡ଼ିପାଜୁସ୍ଥିତ TMCରେ ୧୪ ଦିନିଆ ସଙ୍ଗରୋଧରେ ରଖାଯାଇଥିଲା। ସେଠାରୁ ଘରକୁ ଫେରି ଘରେ ମଧ୍ୟ ୭ ଦିନିଆ ସଙ୍ଗରୋଧରେ ରହିଥିଲେ। ଏହାପରେ ସ୍ୱାଭାବିକ ଭାବେ ପରିବାର ଲୋକଙ୍କ ସହ ରହିଥିଲେ। କିନ୍ତୁ ଗତକାଲି ତାଙ୍କର ଦେହ ଅସୁସ୍ଥ ହେବାରୁ ଘର ଲୋକ ତାଙ୍କୁ ଟିକାବାଲି ମେଡିକାଲକୁ ନେଉଥିବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା ।  ତାପରେ ଘର ଲୋକ ତାଙ୍କ ଶବ ସତ୍କାର  ପାଇଁ ବାହାରିବାରୁ ଗ୍ରାମବାସୀ କିନ୍ତୁ ଏଥିରେ ସହଯୋଗ କରିବାକୁ ମନା କରିଦେଇଥିଲେ।

ଶେଷରେ ଆରାବାକା ଗ୍ରାମ ପଞ୍ଚାୟତର ସରପଞ୍ଚ ନିଜେ ତାଙ୍କ ସତ୍କାର କରିବା ପାଇଁ ସହଯୋଗ କରିଥିଲେ । ତେବେ ତାଙ୍କର କେଉଁ କାରଣରୁ ଆକସ୍ମିକ ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇନଥିବା ବେଳେ, ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କ ସ୍ୱାବ ଟେଷ୍ଟ କରାଯିବ ବୋଲି ଆରାବାକା ସରପଞ୍ଚ ସୂଚନା ଦେଇଛନ୍ତି ।

The post ସଙ୍ଗରୋଧ ସାରି ଘରକୁ ଫେରିଥିଲେ, ହଠାତ୍‌ ଆଖି ବୁଜିଲେ ଯୁବତୀ appeared first on Odisha Reporter.



from Odisha Reporter https://ift.tt/3ejSXw5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages