ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବ୍ରହ୍ମପୁରର ଜଣେ ସବ୍-ଇନ୍ସପେକ୍ଟରଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କ ନାଁ ବି.ବି ସେଠୀ। ସେ କୋରନାରେ ଆକ୍ରାନ୍ତ ହୋଇଥିଲେ। ତେବେ ସୁସ୍ଥ ହେବା ପରେ ସଙ୍ଗେ ସଙ୍ଗେ ଆସି କାର୍ଯ୍ୟରେ ଯୋଗ ଦେଇଛନ୍ତି। ସେଥିପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ପ୍ରଶଂସା କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରି ଶ୍ରୀ ସେଠୀଙ୍କୁ ପ୍ରଶଂସା କରାଯାଇଛି। ଏଥିରେ ଲେଖା ହୋଇଛି- କୋଭିଡ୍-୧୯କୁ ହରାଇବା ପରେ ସଙ୍ଗେ ସଙ୍ଗେ ଆସି କାର୍ଯ୍ୟରେ ଯୋଗ ଦେଇଛନ୍ତି ସବ୍-ଇନ୍ସପେକ୍ଟର ବି.ବି ସେଠୀ। ଏହି କୋଭିଡ୍ ଯୋଦ୍ଧା ପ୍ରଶଂସାର ପାତ୍ର। ନିଜ କାର୍ଯ୍ୟ ପ୍ରତି ଏଭଳି ସମର୍ପଣ ଭାବ ମହାମାରୀ ବିରୋଧରେ ଚାଲିଥିବା ଲଢ଼େଇକୁ ଆହୁରି ମଜବୁତ କରିବ।
Appreciation for #CovidWarrior Sub-Inspector B.B.Sethy, who resumed his duty soon after beating #COVID19. Such dedication to duty strengthens our fight against the pandemic. #OdishaFightsCorona https://t.co/Ofl54Yoy2j
— CMO Odisha (@CMO_Odisha) July 10, 2020
ଶ୍ରୀ ସେଠୀ ସୁସ୍ଥ ହୋଇ କାର୍ଯ୍ୟରେ ଯୋଗ ଦେଇଥିବା ସଂପର୍କରେ ଗତକାଲି ବ୍ରହ୍ମପୁର ଏସ୍ପି ଟ୍ୱିଟ୍ କରି ସୂଚନା ଦେଇଥିଲେ। ସେ ଲେଖିଥିଲେ ଯେ ସବ୍-ଇନ୍ସପେକ୍ଟର ବି.ବି ସେଠୀ ଜଣେ ପ୍ରକୃତ କୋଭିଡ୍ ଯୋଦ୍ଧା। କାର୍ଯ୍ୟ ପ୍ରତି ତାଙ୍କ ପ୍ରତିବଦ୍ଧତା ପ୍ରଶଂସନୀୟ।
ଏହାପରେ ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ଏସ୍ପିଙ୍କ ଟ୍ୱିଟ୍କୁ ରିଟ୍ୱିଟ୍ କରାଯାଇ ଶ୍ରୀ ସେଠୀଙ୍କୁ ପ୍ରଶଂସା କରାଯାଇଛି।
The post ସବ୍-ଇନ୍ସପେକ୍ଟରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା appeared first on Odisha Reporter.
from Odisha Reporter https://ift.tt/38LWnH8
No comments:
Post a Comment