ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ସେହି ଅନୁପାତରେ ବଢ଼ୁଛି। ଦେଶରେ ଏଯାଏ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରେ ୪୩% ବ୍ୟକ୍ତିଙ୍କ ବୟସ ୩୦ରୁ ୫୯ ବର୍ଷ ମଧ୍ୟରେ ରହିଛି। ଅର୍ଥାତ କରୋନା କମ ବୟସ୍କଙ୍କ ଜୀବନ ନେବାକୁ ମଧ୍ୟ ସକ୍ଷମ ହେଉଛି।
ସରକାରଙ୍କ ତଥ୍ୟ ଅନୁଯାୟୀ, ୪୫ ବର୍ଷରୁ ଅଧିକ ବୟସ୍କଙ୍କ ପ୍ରତି କରୋନା ସଂକ୍ରମଣର ଆଶଙ୍କା ଅଧିକ ରହିବା ବେଳେ ସେମାନଙ୍କର ଜୀବନ ମଧ୍ୟ ଯାଉଛି। ଏଯାଏ ଭାରତରେ ଯେତେ ଲୋକ ପ୍ରାଣ ହରାଇଛନ୍ତି, ସେମାନଙ୍କ ମଧ୍ୟରୁ ୮୫% ଲୋକଙ୍କ ବୟସ ୪୫ ବର୍ଷରୁ ଅଧିକ।
ସେହିପରି କରୋନା ମୃତକଙ୍କ ମଧ୍ୟରେ ୭୧% ଲୋକଙ୍କ ବୟସ ୪୫ରୁ ୭୪ ରହିଥିବା ବେଳେ ୪୩% ମୃତକଙ୍କ ବୟସରେ ୩୦ରୁ ୫୯ ମଧ୍ୟରେ ରହିଛି। ୧୪ ବର୍ଷରୁ କମ ବୟସ୍କଙ୍କ କରୋନା ମୃତ୍ୟୁହାର ୧% ଓ ୧୫ରୁ ୨୯ ବର୍ଷ ବୟସର ମୃତକଙ୍କ ହାର ମାତ୍ର ୩% ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।
ସେହିପରି ଦେଶରେ କରୋନା ଆରୋଗ୍ୟ ହାର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ମେ’ ୩୧ରେ ଆରୋଗ୍ୟ ହାର ୪୭.୪୦% ରହିଥିବା ବେଳେ ମେ’ ୩ରେ ଏହା ମାତ୍ର ୨୬.୫୯% ରହିଥିଲା। କିନ୍ତୁ ଜୁଲାଇ ୯ ବେଳକୁ ଦେଶର କରୋନା ଆରୋଗ୍ୟ ହାର ୬୨.୦୯% ହୋଇଯାଇଛି।
The post କରୋନା ମୃତକଙ୍କ ମଧ୍ୟରେ ୪୩% ବ୍ୟକ୍ତିଙ୍କ ବୟସ ୩୦ରୁ ୫୯ appeared first on Odisha Reporter.
from Odisha Reporter https://ift.tt/3gJYPAG
No comments:
Post a Comment