ଇନସପେକ୍ଟରଙ୍କୁ ଗୁଳି କରି ଜୀବନ ହାରିଲେ ସିଆରପିଏଫ ସବ ଇନସପେକ୍ଟର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 24, 2020

ଇନସପେକ୍ଟରଙ୍କୁ ଗୁଳି କରି ଜୀବନ ହାରିଲେ ସିଆରପିଏଫ ସବ ଇନସପେକ୍ଟର

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଏକ ଅଭାବନୀୟ ଘଟଣା ଘଟିଛି। ସିଆରପିଏଫର ଜଣେ ସବ ଇନସପେକ୍ଟର ପ୍ରଥମେ ତାଙ୍କ ସହଯୋଗୀ ଇନସପେକ୍ଟରଙ୍କୁ ଗୁଳି କରିବା ପରେ ନିଜେ ମଧ୍ୟ ଆତ୍ମହତ୍ୟା କରିଛନ୍ତି। ଶୁକ୍ରବାର ଦିଲ୍ଲୀର ପୋଶ ଲୋଧି ଇଷ୍ଟେଟରେ ଘଟିଥିବା ଏହି ଘଟଣା ପୂରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ସୂଚନା ଅନୁସାରେ, ୬୧ ଲୋଧି ଇଷ୍ଟେଟରେ ରହୁଥିବା ଇନସପେକ୍ଟର ଦଶ୍ରତ ସିଂହ ଓ ସବ ଇନସପେକ୍ଟର କର୍ଣ୍ଣନାଲି ସିଂହଙ୍କ ମଧ୍ୟରେ ଦୀର୍ଘ ଦିନରୁ ବିବାଦ ଲାଗି ରହିଥିଲା। ତେବେ ଶୁକ୍ରବାର ଏହି ବିବାଦ ଚରମ ସୀମାରେ ପହଞ୍ଚିଥିଲା। ଏଥିରେ ଉତକ୍ଷିପ୍ତ ହୋଇ କର୍ଣ୍ଣନାଲି ଇନସପେକ୍ଟର ଦଶ୍ରତଙ୍କୁ ଗୁଳି କରି ଦେଇଥିଲେ।

ଏହାପରେ ସେ ନିଜେ ମଧ୍ୟ ଗୁଳି ଚଳାଇ ଆତ୍ମହତ୍ୟା କରିଛନ୍ତି। ଗୁଳି ଶବ୍ଦ ଶୁଣି ଅନ୍ୟ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ହେଲେ ସେତେବେଳକୁ ଉଭୟ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ନିସ୍ତେଜ ହୋଇ ତଳେ ପଡ଼ି ରହିଥିଲେ। ସେମାନଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ସେଠାରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

The post ଇନସପେକ୍ଟରଙ୍କୁ ଗୁଳି କରି ଜୀବନ ହାରିଲେ ସିଆରପିଏଫ ସବ ଇନସପେକ୍ଟର appeared first on Odisha Reporter.



from Odisha Reporter https://ift.tt/30KyZ95

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages