ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା ଦିନକୁ ଦିନ ରହସ୍ୟମୟ ହେବାରେ ଲାଗିଛି। ଏହି ବୁଢ଼ିଆଣି ଜାଲର ଖିଅ ଖୋଜିବା ପାଇଁ ପୁଲିସ୍ ଆଦିଦ୍ୟଙ୍କ ବାପା, ମା’, ସ୍ତ୍ରୀ ବିଦ୍ୟାଶ୍ରୀ ଓ ତାଙ୍କ ସାଙ୍ଗମାନଙ୍କୁ ଜେରା କରି ସାରିଲାଣି। ଏମିତିକି ବିଦ୍ୟାଶ୍ରୀଙ୍କ ଭାଇ ଓ ମା’ଙ୍କୁ ମଧ୍ୟ ପୁଲିସ୍ ଜେରା କରିସାରିଛି। ଗତକାଲି ଜିଆରପି ପୁଲିସ୍ ଆଦିତ୍ୟଙ୍କର ଆଉ ଜଣେ ବନ୍ଧୁ ବିଶ୍ୱଙ୍କୁ ଜେରା କରିଥିଲା। ଦେଢ଼ ଘଣ୍ଟା ଧରି ପୁଲିସ୍ ତାଙ୍କୁ ଜେରା କରିଥିଲା। ବିଶ୍ୱଙ୍କ ଘର ବଲାଙ୍ଗିରରେ ବୋଲି ଜଣାପଡ଼ିଛି।
ତେବେ ଏତେ ଲୋକଙ୍କୁ ଜେରା କରିବା ପରେ ମଧ୍ୟ ପୁଲିସକୁ ଏଯାଏ କୌଣସି ଠୋସ୍ ତଥ୍ୟ ମିଳିପାରିନାହିଁ। ଆଦିତ୍ୟଙ୍କ ମୃତ୍ୟୁ ଘଟଣାକୁ ୧୯ ଦିନ ବିତିଥିଲେ ବି ଅନ୍ଧାରରେ ବାଡ଼ି ବୁଲାଉଛି ପୁଲିସ୍।
ଗତ ୬ ତାରିଖରେ ଲିଙ୍ଗରାଜ ଷ୍ଟେସନ୍ ଟ୍ରେନ୍ ଲାଇନରୁ ଆଦିତ୍ୟଙ୍କ ମୃତଦେହ ମିଳିଥିଲା। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ସେ ନେଇ ସସ୍ପେନ୍ସ ଜାରି ରହିଛି।
The post ଅନ୍ଧାରରେ ବାଡ଼ି ବୁଲାଉଛି ପୁଲିସ୍; ଆଦିତ୍ୟଙ୍କ ଆଉ ଜଣେ ବନ୍ଧୁଙ୍କୁ ଜେରା appeared first on Odisha Reporter.
from Odisha Reporter https://ift.tt/3fXB1Jq
No comments:
Post a Comment