ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲକ୍ଡାଉନ୍ ସମୟରେ ସ୍କୁଲ ବନ୍ଦ ଥିଲେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ ଭତ୍ତା । ଜୁନ୍ ୧୪ରୁ ଅଗଷ୍ଟ ୩୧ ଯାଏ ୫୭ ଦିନର ମଧ୍ୟାହ୍ନ ଭୋଜନ ଭତ୍ତା ପାଇବେ ଛାତ୍ରଛାତ୍ରୀ। ସ୍କୁଲରେ ଗଚ୍ଛିତ ଥିବା ଚାଉଳ ସେମାନଙ୍କୁ ମିଳିବ। ସେହିପରି ରନ୍ଧା ଖର୍ଚ୍ଚ ଅଭିଭାବକଙ୍କ ଆକାଉଣ୍ଟକୁ ପଠାଯିବ।
ରାଜ୍ୟ ମଧ୍ୟାହ୍ନ ଭୋଜନ ନୋଡାଲ ଅଫିସରଙ୍କୁ ଏନେଇ ଚିଠି ଲେଖିଛି ଗଣଶିକ୍ଷା ବିଭାଗ । ବିଦ୍ୟାଳୟର ପ୍ରଧାନଶିକ୍ଷକମାନେ ଏହି ଚାଉଳ ପ୍ରଦାନ କରିବେ । ଯେଉଁଠି ଚାଉଳ ସରି ଯାଇଥିବ ବା କମ୍ ଥିବ ସେଠାରେ ଛାତ୍ରଛାତ୍ରୀଙ୍କୁ କୁପନ ମିଳିବ। ଏହି କୁପନ ଦେଖାଇ ସେମାନେ ପିଡିଏସ୍ ସେଣ୍ଟରରୁ ଚାଉଳ ନେଇପାରିବେ। ଏନେଇ ରାଜ୍ୟ ମଧ୍ୟାହ୍ନ ଭୋଜନ ନୋଡାଲ ଅଫିସରଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଚିଠି ଲେଖିଛି।
ଅନ୍ୟ ପକ୍ଷେ ଯେଉଁ ସ୍କୁଲରେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଚାଲିଛି, ଉକ୍ତ ସ୍କୁଲ ପ୍ରଧାନଶିକ୍ଷକ ସେହି କେନ୍ଦ୍ରକୁ ମଧ୍ୟାହ୍ନ ଭୋଜନ ଚାଉଳ କେଜି ୩୨ ଟଙ୍କା ଦରରେ ବିକି ପାରିବେ। ଚାଉଳ ବିକ୍ରି ଲବ୍ଧ ଅର୍ଥ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଶିକ୍ଷକମାନେ ଜମା କରିବେ ବୋଲି ଚିଠିରେ ନିର୍ଦ୍ଦେଶ ରହିଛି ।
The post ଛାତ୍ରଛାତ୍ରୀଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ ଭତ୍ତା appeared first on Odisha Reporter.
from Odisha Reporter https://ift.tt/300ouQ6
No comments:
Post a Comment