ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭିଜିଲାନ୍ସ ବିଭାଗର ଜଣେ ମହିଳା ଡିଏସ୍ପିଙ୍କ ଘରେ ପଶି ସୁନା ଚେନ୍ ଲୁଟିନେଲେ ଲୁଟେରା। ଏପରି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ। ଏନେଇ ଡିଏସ୍ପି ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ, ଖାରବେଳ ନଗର ୟୁନିଟ୍ ୩ ସରକାରୀ କ୍ୱାର୍ଟର୍ସରେ ଭିଜିଲାନ୍ସ ଡିଏସ୍ପି ତନୁଜା ମହାନ୍ତି ରୁହନ୍ତି। ଆଜି ସକାଳ ପ୍ରାୟ ୬ଟା ୪୫ମିନିଟ୍ ସମୟରେ ସେ ଘର ଝାଡୁ ମାରୁଥିବା ସମୟରେ ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କ ଘର ଭିତରକୁ ପଶି ଆସିଥିଲେ। ତା’ପରେ ତାଙ୍କ ବେକରୁ ସୁନା ଚେନ ନେବା ପାଇଁ ପ୍ରୟାସ କରିଥିଲେ। ଡିଏସ୍ପି ପ୍ରତିରୋଧ କରିଥିଲେ। ତେଣୁ ଲୁଟେରାମାନଙ୍କ ସହ ତାଙ୍କର ଧସ୍ତାଧସ୍ତି ହୋଇଥିଲା। ତେବେ ଲୁଟେରାମାନେ ଡିଏସ୍ପିଙ୍କୁ ବନ୍ଧୁକ ଦେଖାଇ ସୁନା ଚେନ ନେଇ ଚମ୍ପଟ ମାରିଥିଲେ।
ଲୁଟେରାମାନେ ମାସ୍କ ଲଗାଇଥିବା ଡିଏସ୍ପି କହିଛନ୍ତି।
The post ଅସୁରକ୍ଷିତ ରାଜଧାନୀ! ଘରେ ପଶି ମହିଳା ଡିଏସ୍ପିଙ୍କୁ ବନ୍ଧୁକ ଦେଖାଇ ସୁନା ଚେନ୍ ଲୁଟ୍ appeared first on Odisha Reporter.
from Odisha Reporter https://ift.tt/3f0wAfQ
No comments:
Post a Comment