ଜନ୍ମ ମାଟିରେ ଆଜି ସମ୍ପନ୍ନ ହେବ ବିଷ୍ଣୁ ଦାସଙ୍କ ଶେଷକୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 6, 2020

ଜନ୍ମ ମାଟିରେ ଆଜି ସମ୍ପନ୍ନ ହେବ ବିଷ୍ଣୁ ଦାସଙ୍କ ଶେଷକୃତ

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ବରିଷ୍ଠ ବିଜେଡି ନେତା ତଥା ତିର୍ତ୍ତୋଲ ବିଧାୟକ ସ୍ୱର୍ଗତ ବିଷ୍ଣୁ ଦାସଙ୍କର ଆଜି ସନ୍ଧ୍ୟାରେ ଶେଷକୃତ ସମ୍ପନ୍ନ କରାଯିବ । ବିଜେଡି କାର୍ଯ୍ୟାଳୟ ଓ ବିଧାନସଭାରେ ଶେଷ ଦର୍ଶନ ପରେ ବିଷ୍ଣୁଙ୍କ ମର ଶରୀରକୁ ତାଙ୍କ ଜନ୍ମମାଟି ଜଗତସିଂହପୁର ଅଭିମୁଖେ ନିଆଯାଉଛି।

ସୂଚନାଯୋଗ୍ୟ, ଗତକାଲି ଏକ ଘରୋଇ ହସ୍ପିଟାଲରେ ୬୬ ବର୍ଷରେ ବିଷ୍ଣୁ ଦାସଙ୍କ ପରଲୋକ ହୋଇଯାଇଥିଲା। ଆଜି ସକାଳେ ତାଙ୍କ ମର ଶରୀରକୁ  ରାଜ୍ୟ ବିଜେଡି କାର୍ଯ୍ୟାଳୟ ଓ ପରେ ବିଧାନସଭା ପରିସରକୁ ନିଆଯାଇଥିଲା।  ସେଠାରେ ଶେଷ ଦର୍ଶନ ପାଇଁ  ବହୁତ ପ୍ରମୁଖ ମନ୍ତ୍ରୀ ଓ ବରିଷ୍ଠ ନେତା ଉପସ୍ଥିତ ଥିଲେ।

ନିଜ ରାଜନୈତିକ କ୍ୟାରିୟରରେ ୬ ଥର ବିଧାୟକ, ଥରେ ମନ୍ତ୍ରୀ ଓ ଥରେ ସାଂସଦ ହୋଇଛନ୍ତି ବିଷ୍ଣୁ ଦାସ । ସେ ଜଗତସିଂହପୁରରୁ ୫ ଥର ଓ ତିର୍ତ୍ତୋଲରୁ ଥର ବିଧାୟକ ହୋଇଥିଲେ । ୨୦୧୬ ମସିହାରେ ସ୍ୱଳ୍ପକାଳ ପାଇଁ ରାଜ୍ୟସଭା ସାଂସଦ ମଧ୍ୟ ହୋଇଥିଲେ ।  ୨୦୧୭ରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଭାବେ ନିଯୁକ୍ତ ହେବା ପରେ ସେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ । ୨୦୦୬ ମସିହାରେ ବିଷ୍ଣୁ  ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ ।

ବିଷ୍ଣୁଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ବିଧାନସଭା ବାଚସ୍ପତି ସୂଯର୍ୟନାରାୟଣ ପାତ୍ର ଓ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।

The post ଜନ୍ମ ମାଟିରେ ଆଜି ସମ୍ପନ୍ନ ହେବ ବିଷ୍ଣୁ ଦାସଙ୍କ ଶେଷକୃତ appeared first on Odisha Reporter.



from Odisha Reporter https://ift.tt/2VQl0x6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages