ପ୍ରାୟ ସମସ୍ତଙ୍କ ରୋଷେଇ ଘରେ ଖାଇବା ସୋଡ଼ା ଥାଏ। ଏହାକୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରାଯାଏ। ଅବଶ୍ୟ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ଖାଇବା ସୋଡ଼ାର ମାତ୍ରାଧିକ ବ୍ୟବହାର ଦ୍ୱାରା ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଉପୁଜିଥାଏ। ତେବେ ଏଥିରେ ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ ମଧ୍ୟ ରହିଛି, ଯାହା ଦାନ୍ତ ଓ ପେଟରେ ଥିବା ସମସ୍ୟାକୁ ଭଲ କରିଥାଏ। ତା’ହେଲେ ଆସନ୍ତୁ ଜାଣିବା, ଖାଇବା ସୋଡ଼ା ଦ୍ୱାରା କେଉଁ ସବୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ।
୧. ଦାନ୍ତକୁ ସଫା କରିବା ପାଇଁ ଖାଇବା ସୋଡ଼ା ବ୍ୟବହୃତ ହୋଇଥାଏ। ଯଦି ଚାହା କିମ୍ବା କଫି ପିଇବା ଯୋଗୁଁ ଆପଣଙ୍କ ଦାନ୍ତ ହଳଦିଆ ପଡୁଛି, ତା’ହେଲେ ଚିମୁଟାଏ ଖାଇବା ସୋଡ଼ା ନେଇ ଦାନ୍ତରେ ଘଷନ୍ତୁ। ଏଥିରେ ଥିବା ବ୍ଲିଚିଂ ପ୍ରୋପର୍ଟି ଦାନ୍ତକୁ ସଫା କରି ଧଳା କରିଥାଏ।
୨. ଆପ୍ଲ ସାଇଡର ଭିନେଗାରରେ ଖାଇବା ସୋଡ଼ା ମିଶାଇ ପିଇଲେ ଓଜନ କମ୍ ହୋଇଥାଏ। ଏହା ସହିତ ବ୍ଲଡ୍ ସୁଗାର୍ ମଧ୍ୟ ନିୟନ୍ତ୍ରଣରେ ରହିଥାଏ।
୩. ଗ୍ୟାସ୍ ହୋଇ ଛାତି ଜଳାପୋଡ଼ା ହେଉଥିଲେ, ଖାଇବା ସୋଡ଼ାକୁ ପାଣିରେ ମିଶାଇ ପିଇଲେ ସୁଫଳ ମିଳିଥାଏ। ଏହା ପାକସ୍ଥଳୀରେ ଥିବା ଏସିଡ୍କୁ ସଫା କରିଥାଏ।
୪. ଖାଇବା ସୋଡ଼ାରେ Antimicrobial ତତ୍ତ୍ୱ ରହିଛି, ଯାହା ପାଟିକୁ ସଫା ରଖି ଦୁର୍ଗନ୍ଧ ଦୂର କରିବା ସହିତ ଖରାପ ବ୍ୟାକ୍ଟେରିଆଗୁଡ଼ିକୁ ବଢ଼ିବାକୁ ଦେଇ ନ ଥାଏ।
୫. ଯଦି ଆପଣଙ୍କ ତ୍ୱଚା କୁଣ୍ଡାଇ ହୋଇ ଲାଲ ପଡୁଛି, ତା’ହେଲେ ଚିକିତ୍ସା ପାଇଁ ଖାଇବା ସୋଡ଼ାକୁ ବ୍ୟବହାର କରିପାରିବେ। ଖରାଦିନେ ଶରୀରରେ ହେଉଥିବା ସନବର୍ଣ୍ଣକୁ ଭଲ କରିବାରେ ଖାଇବା ସୋଡ଼ା ବେଶ୍ ସହାୟକ ହୋଇଥାଏ।
The post ଖାଇବା ସୋଡ଼ା ଦୂର କରେ ଏହି ୫ ସମସ୍ୟା appeared first on Odisha Reporter.
from Odisha Reporter https://ift.tt/2OAgmit
No comments:
Post a Comment