କଂଗ୍ରେସର ଅଭିଯୋଗ ଉପରେ ଜବାବ ରଖିଲେ କେନ୍ଦ୍ରମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 17, 2020

କଂଗ୍ରେସର ଅଭିଯୋଗ ଉପରେ ଜବାବ ରଖିଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ୱତ ତାଙ୍କ ବିରୋଧରେ ଆସିଥିବା ଘୋଡ଼ାବେପାର ଅଭିଯୋଗକୁ ଖାରଜ କରିଛନ୍ତି। କଂଗ୍ରେସ ବିଧାୟକ କିଣିବା ନେଇ ଯେଉଁ ଅଡିଓ କ୍ଲିପ୍ ଜାରି କରିଛି ସେଥିରେ ତାଙ୍କର ଭଏସ ନାହିଁ। ସମସ୍ତ ପ୍ରକାର ତଦନ୍ତକୁ ସାମ୍ନା କରିବାକୁ ସେ ରାଜି ବୋଲି କହିଛନ୍ତି। ରାଜସ୍ଥାନରେ କଂଗ୍ରେସ ବିଧାୟକଙ୍କୁ କିଣିବାକୁ ନେଇ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଗଜେନ୍ଦ୍ର ସିଂହ ଶେଖାଓ୍ୱତଙ୍କ ବିରୋଧରେ କଂଗ୍ରେସ ଅଭିଯୋଗ ଆଣିଥିଲା। ଏହାପରେ ଶେଖାଓ୍ୱତ ସମସ୍ତ ଅଭିଯୋଗକୁ ଖାରଜ କରିବା ସହିତ ଏଭଳି ମତ ରଖିଛନ୍ତି।

ରାଜସ୍ଥାନ କଂଗ୍ରେସର ସଭାପତି ମହେଶ ଜୋଶୀ କହିଛନ୍ତି, ଅଡିଓ ଟେପ୍ ବାବଦରେ ସ୍ପେଶାଲ ଅପରେସନ ଗ୍ରୁପକୁ ଦିଆଯାଇଛି। ଏହି ଅଡିଓ କ୍ଲିପକୁ ଆଇନ୍ ଅନୁଯାୟୀ ତଦନ୍ତ ପରିସରଭୁକ୍ତ କରିବା ଦରକାର। ଆବଶ୍ୟକ ପଡ଼ିଲେ ମାମଲା ରୁଜୁ ହେବା ଦରକାର।

ଅପରାହ୍ନରେ ସଚିନ ପାଇଲଟ ଏବଂ ୧୮ ବିଦ୍ରୋହୀ ବିଧାୟକଙ୍କ ନାମରେ ରାଜସ୍ଥାନ ହାଇକୋର୍ଟରେ ମାମଲା ଶୁଣାଣି ହେବ। ଏହା ପୂର୍ବରୁ ଅଶୋକ ଗେହଲଟଙ୍କ ଗୋଷ୍ଠୀ ଏକ ଅଡିଓ କ୍ଲିପ ଜାରି କରିଛି। ଯେଉଁଥିରେ କଂଗ୍ରେସ ବିଧାୟକଙ୍କୁ କିଣା ବିକା ନେଇ କଥାବର୍ତ୍ତା ହେଉଥିବା କଂଗ୍ରେସ ଦାବି କରିଛି। ଏହି ଅଡିଓ କ୍ଲିପ ହିନ୍ଦୀ, ଇଂରାଜୀ ଏବଂ ମାରଓ୍ୱାଡି ଭାଷାରେ ଥିବା ସୂଚନା ରହିଛି। ମୋଟ୍ ତିନୋଟି ଅଡିଓ କ୍ଲିୁପ ଗେହଲଟ କ୍ୟାମ୍ପ ପ୍ରେସ କନଫରେନସ କରି ଜାରି କରିଛି।

କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା କହିଛନ୍ତି ଯେ ରାଜସ୍ଥାନରେ ବିଜେପି ସରକାର ଗଢ଼ିବା ପାଇଁ ସମସ୍ତ ପ୍ରକାର ଷଡ଼ଯନ୍ତ୍ର କରୁଛି। ସଚିନ ପାଇଲଟ ଆଗକୁ ଆସି ଏ ବାବଦରେ ମତ ରଖିବା ଦରକାର। ଏଥିହ ତାଙ୍କ ସମର୍ଥକ ବିଧାୟକଙ୍କ ତାଲିକା ଜାରି କରିବା ଉଚିତ। ଅଡିଓରେ କଥାବାର୍ତ୍ତା କରୁଥିବା ବିଧାୟକ ହେଲେ ଭନଓ୍ୱାଲ ଲାଲ ଶର୍ମା, ବିଶ୍ୱନ୍ଦ୍ର ସିଂହ। ଏହି ଦୁଇ ବିଦ୍ରୋହୀଙ୍କୁ କଂଗ୍ରେସ ଏବେ ନିଲମ୍ବନ କରି ସମନ କରିଛି।

ଏହି ଷଡ଼ଯନ୍ତ୍ରରେ କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖୱାତ ସମ୍ପୃକ୍ତ ବୋଲି ସୁରଜେୱାଲା ଅଭିଯୋଗ କରିଛନ୍ତି। ତୁରନ୍ତ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ଏଫ୍ଆଇଆର ଦାୟର ହେବା ଉଚିତ ବୋଲି ସେ କହିଛନ୍ତି।

The post କଂଗ୍ରେସର ଅଭିଯୋଗ ଉପରେ ଜବାବ ରଖିଲେ କେନ୍ଦ୍ରମନ୍ତ୍ରୀ appeared first on Odisha Reporter.



from Odisha Reporter https://ift.tt/32t98VY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages