ସମ୍ବଲପୁରୀ ଶାଢ଼ିରେ ବିଦ୍ୟା; କ’ଣ କହିଲେ ଦେଖନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 30, 2020

ସମ୍ବଲପୁରୀ ଶାଢ଼ିରେ ବିଦ୍ୟା; କ’ଣ କହିଲେ ଦେଖନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଲିଉଡ୍ ଅଭିନେତ୍ରୀ ବିଦ୍ୟା ବାଲନ ଅଭିନୟ ପାଇଁ ଯେମିତି ଜଣାଶୁଣା ନିଜ ଶାଢ଼ି ପ୍ରେମ ପାଇଁ ବି ସେମିତି ଜଣାଶୁଣା। ବିଦ୍ୟାଙ୍କ ପାଖରେ ଭଳିକି ଭଳି ଆଖି ଝଲସିଲା ଭଳି ଶାଢ଼ି ଥିବା ବେଳେ ଏଥର ସମ୍ବଲପୁରୀ ଶାଢ଼ିରେ ଚହଟିଛନ୍ତି। ଫିଲ୍ମ ‘ଶକୁନ୍ତଳା ଦେବୀ’ର ଇ-ପ୍ରମୋସନ୍ ଅବସରରେ ଏକ ସ୍ୱତନ୍ତ୍ର ସମ୍ବଲପୁରୀ ଶାଢ଼ିରେ ବିଦ୍ୟା ବେଶ୍‌ ଖୁସି ଲାଗୁଥିଲେ। ଏହାର ଏକ ଫଟୋ ସେ ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେଆର କରିଛନ୍ତି। ସମ୍ବଲପୁରୀ ଶାଢ଼ିରେ ବିଦ୍ୟାଙ୍କୁ ଦେଖି ଓଡ଼ିଆ ଲୋକେ ବେଶ୍ ଖୁସି ହୋଇଥିବା ବେଳେ ତାଙ୍କ ଭିଡିଓକୁ ସୋଶାଲ୍ ମିଡିଆରେ ଶେଆର ମଧ୍ୟ କରୁଛନ୍ତି।

ବିଦ୍ୟା ବାଲନ ପିନ୍ଧିଥିବା ଏହି ସମ୍ବଲପୁରୀ ଶାଢ଼ିଟି କଳା ରଙ୍ଗର ଓ ଏହା ଉପରେ ବିଭିନ୍ନ ଗାଣିତିକ ସୂତ୍ର ଏବଂ ସମସ୍ୟାର ସମାଧାନ ରହିଛି। ଏପରି ଏକ ମନଲୋଭା ସମ୍ବଲପୁରୀ ଶାଢ଼ି ପ୍ରସ୍ତୁତ କରିଥିବା ବୁଣାକାରଙ୍କୁ ଶୁଭେଚ୍ଛା ଓ କୃତଜ୍ଞତା ଜଣାଇଛନ୍ତି ବିଦ୍ୟା ବାଲନ। ଶାଢ଼ିଟିକୁ ସୋନପୁର କେନ୍ଦୁପାଲିର ରମାକାନ୍ତ ମେହେର ବୁଣିଥିବା ବେଳେ ଭୁବନେଶ୍ୱରର ଉତ୍କଳମିତ୍ର ସଂସ୍ଥା ଏହାର ବ୍ରାଣ୍ଡିଂ କରିଥିବା ବିଦ୍ୟା ସୂଚନା ଦେଇଛନ୍ତି।

ମଲବେରୀ ସିଲକ ସୂତାରେ ଏହି ବାନ୍ଧ ଶାଢ଼ିଟି ବୁଣିବା ପାଇଁ ଶ୍ରୀ ମେହେରଙ୍କୁ ମାସେ ସମୟ ଲାଗିଥିଲା। ଏବେ ‘ଶକୁନ୍ତଳା ଦେବୀ’ ସିନେମା ଜରିଆରେ ସାରା ଦୁନିଆରେ ସମ୍ବଲପୁରୀ ଶାଢ଼ିର ଲୋକପ୍ରିୟତା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

ଫିଲ୍ମ ‘ଶକୁନ୍ତଳା ଦେବୀ’ ଏକ ବାୟୋପିକ। ଏହା ମହାନ ଗଣିତଜ୍ଞ ଶକୁନ୍ତଳା ଦେବୀଙ୍କ ଜୀବନୀ ଉପରେ ଆଧାରିତ। ଫିଲ୍ମଟି ଆଜି ଆମାଜନ୍ ପ୍ରାଇମ୍ ଭିଡିଓରେ ରିଲିଜ୍ ହେବ।

The post ସମ୍ବଲପୁରୀ ଶାଢ଼ିରେ ବିଦ୍ୟା; କ’ଣ କହିଲେ ଦେଖନ୍ତୁ appeared first on Odisha Reporter.



from Odisha Reporter https://ift.tt/2XeHh8q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages