ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ଏକମାତ୍ର ଉପାୟ ହେଲା ରାପିଡ ଟେଷ୍ଟିଂ ଓ ଟ୍ରାକିଂ। ଏହି ଟେଷ୍ଟିଂ ପ୍ରଣାଳୀକୁ ଅଧିକ ପ୍ରଖର କରିବା ପାଇଁ ଭାରତ ଓ ଇସ୍ରାଏଲ ହାତ ମିଳାଇଛନ୍ତି। ଉଭୟ ଦେଶ ରାପିଡ ଟେଷ୍ଟିଂ ପାଇଁ ଏମିତି ଏକ କିଟ୍ ବାହାର କରିବାକୁ ଯାଉଛି ଯେଉଁଥିରେ ମାତ୍ର ୩୦ ସେକେଣ୍ଡ ମଧ୍ୟରେ ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ କି ନୁହେଁ ଜଣାପଡ଼ିଯିବ। ଏହାଦ୍ୱାରା ଦୁଇ ଦେଶର ସମ୍ପର୍କ ଆହୁରି ନିବିଡ଼ ହେବ ଏବଂ ଅର୍ଥନୀତିକ କାର୍ଯ୍ୟକଳାପ ମଧ୍ୟ ଆଗକୁ ବଢ଼ିବ।
କୃତ୍ରିମ ଇଣ୍ଟଲିଜେନ୍ସ ଓ ମେସିନ ଲର୍ଣ୍ଣିଂ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ନୂଆ ଟେଷ୍ଟିଂ କିଟ୍ର ପରୀକ୍ଷଣ ଖୁବଶୀଘ୍ର ଭାରତରେ ଆରମ୍ଭ ହେବ। ଯଦି ଏହା ସଫଳ ହେଲା, ତା’ହଲେ ଭାରତର ହିଁ ଏହାର ଉତ୍ପାଦନ କରାଯିବ। ଏହାପରେ ସମଗ୍ର ବିଶ୍ୱକୁ ଭାରତ ଓ ଇସ୍ରାଏଲର ଜଏଣ୍ଟ ଭେନଚର ଭାବେ ମାର୍କେଟିଂ କରାଯିବ।
ଆସନ୍ତା ସପ୍ତାହରେ ଇସ୍ରାଏଲରୁ ଗୋଟିଏ ସ୍ୱତନ୍ତ୍ର ବିମାନ ଉଡ଼ାଣ ଆରମ୍ଭ କରିବ। ଏହି ବିମାନରେ ଇସ୍ରାଏଲ ମିଲିଟାରୀ ବୈଜ୍ଞାନିକ ଓ ଟେକ୍ନିକାଲ ସ୍ପେଶାଲିଷ୍ଟମାନେ ଭାରତ ଆସିବେ। ଭାରତରେ ସେମାନେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସାଇଣ୍ଟିଫିକ ପରାମର୍ଶଦାତା ଡା. ବିଜୟାରାଘବନଙ୍କ ସହ ମିଶି ଏମ୍ସରେ ଦୁଇ ସପ୍ତାହ ଧରି କିଟ୍ଗୁଡ଼ିକର ପରୀକ୍ଷା କରିବେ।
ନୂଆ ରାପିଡ ଟେଷ୍ଟିଂ କିଟ୍ ଦ୍ୱାରା ଜଣେ ବ୍ୟକ୍ତିଙ୍କ କଣ୍ଠସ୍ୱର, ନିଶ୍ୱାଃସ ପ୍ରଶ୍ୱାଃସ ଓ ଇସୋଥର୍ମାଲ ଟେଷ୍ଟ ଦ୍ୱାରା ସେ କରୋନା ପଜିଟିଭ କିମ୍ବା ନେଗେଟିଭ ଜଣାପଡ଼ିଯିବ। ମାତ୍ର ୩୦ ସେକେଣ୍ଡ ମଧ୍ୟରେ ରେଜଲ୍ଟ ଆସିବ ବୋଲି ଇସ୍ରାଏଲ ପକ୍ଷରୁ କୁହାଯାଇଛି।
The post ମାତ୍ର ୩୦ ସେକେଣ୍ଡରେ କରୋନା ଟେଷ୍ଟ ରିପୋର୍ଟ, ହାତ ମିଳାଇଲେ ଭାରତ ଓ ଇସ୍ରାଏଲ appeared first on Odisha Reporter.
from Odisha Reporter https://ift.tt/2CZmqyA
No comments:
Post a Comment